କରୋନାରେ ଲାଗୁନି ବ୍ରେକ୍ : ରାଜ୍ୟରେ ୧୪୧ ନୂଆ ପଜିଟିଭ ଚିହ୍ନଟ

0 127

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ସରକାର ଏହାକୁ ରୋକିବା ପାଇଁ ଲକଡାଉନ କଟକଣାକୁ ଆହୁରି ଅଧିକ କଡାକଡି କରିଛନ୍ତି । କିନ୍ତୁ ଆକ୍ରାନ୍ତ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ପୁଣି ୧୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୩୧ଜଣ ହେଉଛନ୍ତି ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ଯାହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି କଲାଣି । ଅନ୍ୟ ୧୧୦ ଜଣ ସରକାର ଦ୍ୱାରା କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ହୋଇଥିବା ବେଳେ ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ୱରରୁ ୨, କେନ୍ଦ୍ରାପଡା ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୪, ନୟାଗଡରୁ ୧, ସୁନ୍ଦରଗଡରୁ ୮, ନୂଆପଡାରୁ ୧୯, ଗଜପତିରୁ ୪, କେନ୍ଦୁଝରରୁ ୪, ଢେଙ୍କାନାଳରୁ ୨, ମୟୁରଭଞ୍ଜ, ଅନୁଗୁଳ, ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨୨୪୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨୪୫ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୯୯୧ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୭ଜଣଙ୍କର ଏହି ବିଶ୍ୱ ମହାମାରୀ ରୋଗରେ ଜୀବନ ଯାଇଛି ।

hiranchal ad1
Leave A Reply

Your email address will not be published.

7 + 6 =