ଲଗାଣ ବର୍ଷାରେ ଧୋଇଗଲା ପୋଲ, ଦୁଇଟି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

0 320

ବାଲିଗୁଡ଼ା: ରାଜ୍ୟରେ ଲାଗିରହିଛି ଲଘୁଚାପଜନିତ ବର୍ଷା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୃର୍ତ୍ତମଗଡ଼ ଠାରୁ ସିର୍ଲା ଓ କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବତେଡ଼ିମୁଣ୍ଡା ନିକଟସ୍ଥ ପୋଲ ଧୋଇ ଯାଇଛି । ଫଳରେ ଦୁଇ ପଞ୍ଚାୟତର ବୁଢ଼ାଖାମ୍ବା, ପାରିଗଡ଼, ଗଞ୍ଜୁଗୁଡ଼ା, ମଣ୍ଡାସିଙ୍ଗି, ସରସିଙ୍ଗିଆ, ବାଲିଗାଡ଼ା ଆଦି ଅନେକ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

twelve + 10 =