ସିଆରପିଏଫ୍‌ କ୍ୟାମ୍ପ ଭାଇଁସାଦାନୀ ପରିସରରେ ଜନସଂପର୍କ ଶିବିର

0 66

ନୂଆପଡ଼ା : ପ୍ରତିଥର ଭଳି ଏଥର ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭଇଂସାଦାନି ଗ୍ରାମପଞ୍ଚାୟତ ସ୍ଥିତ ଭଇଂଶାଦାନି ସିଆରପିଏଫ କ୍ୟାମ୍ପଠାରେ ବି୧୯ ବାଟାଲିୟନର ସିଆରପିଏଫ୍‌ ଯବାନମାନଙ୍କ ଦ୍ୱାରା( ସିବିକ୍ସ ଆକ୍ସନ ପ୍ରୋଗ୍ରାମ) ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ ୧୯ ବାଟାଲିୟନ କମାଣ୍ଡଡେଣ୍ଟ ମନୋଜ କୁମାର, ସମ୍ମାନିତ ଅତିଥି ଭାବେ ସିଆରପିଏଫ ୧୯ ବାଟାଲିୟନ ସେକେଣ୍ଡ ଇନ୍‌ କମାଣ୍ଡଡେଣ୍ଟ ଡି ଇ କିଣ୍ଡୋ, ସିଆରପିଏଫ ୧୯ ବାଟାଲିୟନ ଭାଇଂସାଦାନି ଆସିଷ୍ଟାଣ୍ଟ କମାଣ୍ଡଡେଣ୍ଟ ସୁରେଶ କୁମାର ସାହୁ , ଭାଇଂଶାଦାନି ସରପଞ୍ଚ ଗିରିଜା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କୁ ସ୍ୱାଗତ ନିମନ୍ତେ ତଥା ଶିବିରରେ ଉପସ୍ଥିତ ଥିବା ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ସ୍ଥାନୀୟ ରୁଣ୍ଡି ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠିତ ଶିବିରଟି ସିଆରପିଏଫ୍‌ କ୍ୟାମ୍ପର କମ୍ପାନୀ ୧୯ ବାଟାଲିୟନ କମାଣ୍ଡର ମନୋଜ କୁମାରଙ୍କ ତତ୍ତ୍ୱାବଧାନରେ ଉପାନ୍ତ ଅଞ୍ଚଳର ଆଦିବାସୀ ଓ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଭଇଁଶାଦାନି ସିଆରପିଏଫ କ୍ୟାମ୍ପଠାରେ ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଘଞ୍ଚ ଜଙ୍ଗଲ ଭିତରେ ଓ ଦୁର୍ଗମ ଅଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା ଓ ତାଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇ ତାଙ୍କ ସହିତ ଅତି ନିକଟତର ହେବା ପନ୍ଥାକୁ ଆପଣେଇବା । ଏହି ଅବସରରେ ଅତିଥିଗଣ ସିଆରପିଏଫ୍‌ ଯବାନ ମାନଙ୍କ ନିଷ୍ଠା କଠୋର ପରିଶ୍ରମ ଏବଂ ଲୋକ ସମ୍ପର୍କ ତଥା ଅଞ୍ଚଳବାସୀଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଓ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିବାବେଳେ ଯୁବ ପିଢ଼ିକୁ ଭଲ ରାସ୍ତାରେ ଯିବା ପାଇଁ ପ୍ରେରଣା ମଧ୍ୟ ଦେଇଥିଲେ । ଉପାନ୍ତ ଅଞ୍ଚଳରେ ମଶା ଓ ବିଶୁଦ୍ଧ ଜଳ ଦ୍ୱାରା ଲୋକଙ୍କୁ ଅନେକ ପ୍ରକାର ରୋଗ ହୋଇ ଥାଏ । ତେଣୁ ଏହାର ସଚେତନ କରିବା ସହ ଏହି ଉପାନ୍ତ ଅଞ୍ଚଳର ଲୋକ ମାନଙ୍କ ସହ ସୁସମ୍ପର୍କ ତଥା ତାଙ୍କ ଶରୀରର ସୁରକ୍ଷା ଓ ଯତ୍ନ ନିମନ୍ତେ କମାନଣ୍ଡେଣ୍ଟ ମନୋଜ କୁମାରଙ୍କ ସମେତ ସମସ୍ତ ସିଆରପିଏଫ ଯବାନ ଧୋବେଇ, ସିଆଳଟି, ରୂଣ୍ଡି, ଭଇଁଶାଦାନି, ରେଢ଼ାମାଳ ଆଦି ମାଓ ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ସୋଲାର ଲାଇଟ, ପ୍ରଦାନ କରି ସମ୍ମାନିତ କରିଥିଲେ । ସିଆରପିଏଫ ଯବାନ ଅମରେଶ ସାହୁ ତଥା ସମସ୍ତ ଯବାନଙ୍କ ଉଦ୍ୟମ ଓ ସହଯୋଗରେ ଉପାନ୍ତ ଅଞ୍ଚଳରେ ଜନସମ୍ପର୍କ ଶିବିର ସଫଳ ହୋଇଥିଲା । ଉପାନ୍ତ ଅଞ୍ଚଳର ବିଭିନ୍ନ ଗାଁରୁ ଶିବିରକୁ ଆସିଥିବା ସମସ୍ତଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ ସିରପିଆଫ୍‌ ଯବାନଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଭଳି ମହାନ୍‌ କାର୍ଯ୍ୟକ୍ରମଟି ମାଓ ପ୍ରବଣ ଅଞ୍ଚଳ ବାସୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି । ଫଳରେ ସିଆରପିଏଫ ଯବାନମାନଙ୍କ ଏହି କାର୍ଯ୍ୟକ୍ରମକୁ ଦେଖି ଉପାନ୍ତ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + 11 =