ପୁରୀ : ଅତ୍ୟଧିକ ବସ୍ ଭଡ଼ା ନେବା ଅଭିଯୋଗରେ ଜରିମାନା । ପୁରୀ-କୋଣାର୍କ ରାସ୍ତାରେ ଓଡି ୦୫ପି୦୦୫୪ ନମ୍ୱର୍ ଷୋଳପୁଅ ମା ଗାଡ଼ିର ଜରିମାନା କାଟିଲେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ । ଦୀର୍ଘ ଦିନ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ପୁରୀ-କୋଣାର୍କ ରାସ୍ତାରେ ଚଢ଼ାଉ କରି ଗାଡ଼ିଟିକୁ ଜବତ କରିବା ସହ ୨୦,୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ ।