ଦିବ୍ୟାଙ୍ଗ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଶିବିର ଉଦଯାପିତ

0 54

ଜହ୍ନାପଙ୍କ:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ,ବୌଦ୍ଧ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ କନ୍ଧଧ୍ରୁମାଲ ସ୍ଥିତ କାର୍ଡ ଏନ୍‌.ଜି.ଓର ସୁରେଖାଦେବୀ ବୃଦ୍ଧାଶ୍ରମଠାରେ ଜିଲ୍ଲାର ୩୨ ଜଣ ଦିବ୍ୟାଂଙ୍ଗ ବ୍ୟକ୍ତିଙ୍କୁ ନେଇ ଗତ ୬ ତାରିଖରୁ ହେଉଥିବା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଅଛି । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମିଶନ ଶକ୍ତି ତଥା ଜୀବିକା ମିଶନ ପ୍ରକଳ୍ପ ସଂଯୋଜକ ଦେବିଦତ୍ତ ମିଶ୍ର ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଓ ତା’ର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଆର୍‌ସେଟିର ନିର୍ଦ୍ଦେଶକ ବିଚିତ୍ର ମହାପାତ୍ର ବ୍ୟାଙ୍କର ଉପକାରିତା ସହିତ ବୀମାର ଆବଶ୍ୟକତା ଓ ତାଲିମ୍‌ ପରେ କିପରି ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସହଯୋଗ କରାଯିବ ସେ ବିଷୟରେ ବିଶଦ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଜୀବନ ଜୀବିକାରେ କିପରି ଉନ୍ନତି ଆଣିପାରିବେ ସେଥିପାଇଁ ଛତୁ ଚାଷ, ପନିପରିବା ଚାଷ, ପଶୁ ପାଳନ, ମହମବତୀ, ଫିନାଇଲ ତିଆରି ଓ ଅନ୍ୟାନ୍ୟ ବ୍ୟବସାୟିକ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ମିଷ୍ଟାନ୍ନ ବଣ୍ଟନ କରିଥଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଅମର ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ କାର୍ଡ ମୁଣ୍ଡାପଡାର ପ୍ରତିଷ୍ଠାତା ଧର୍ମୁଧର ପୋଢ଼ ଏବଂ ଆରସେଟି ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − one =