କରୋନା ସଂକ୍ରମଣ: ସମଗ୍ର ରାଜ୍ୟରେ ସ୍ଥିତି ସୁଧୁରିବା ବେଳେ ସମ୍ବଲପୁରରେ ବିଗୁଡିଛି

0 122

ସମ୍ବଲପୁର: କରୋନା ସଂକ୍ରମଣର ବର୍ତ୍ତମାନ ଚତୁର୍ଥ ଲହର ସମୟରେ ଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେତେବେଳେ କି ସମଗ୍ର ରାଜ୍ୟର ମୋଟ ୭୩୯ ଚିହ୍ନଟ ସହିତ ସ୍ଥିତିରେ ଉନ୍ନତି ଦେଖାଯାଉଛି । ଏପର୍ଯ୍ୟନ୍ତ ସବୁଠାରୁ ସଂକଟାପନ୍ନ ସ୍ଥିତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପରିଲକ୍ଷିତ ହୋଇ ଆସୁଥିଲା କିନ୍ତୁ ବର୍ତ୍ତମାନ ସେଠାକାର ସ୍ଥିତିରେ ପଜିଟିଭ ଚିହ୍ନଟ ସଂଖ୍ୟା କ୍ରମଶଃ ୧୩୮ ଓ ୩୪ ହେବା ସହିତ ଉନ୍ନତି ଦେଖାଯାଉଛି । ଅନ୍ୟ ପଟେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ କ୍ରମଶଃ ୧୧୪ ଓ ୧୧୩ ପଜିଟିଭ ଚିହ୍ନଟ ସହିତ ରାଜ୍ୟରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ସବୁଠାରୁ ବିପନ୍ନ ସ୍ଥିତି ଦେଖାଦେଇଛି, କାରଣ ଏଠାରେ ଗତ ଚାରିଦିନ ଧରି ପ୍ରତିଦିନ ଶତାଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଛନ୍ତି, ଯାହାକି ନିଶ୍ଚିତ ଭାବେ ଚିନ୍ତାର ବିଷୟ । ସେପଟେ ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରସାଶନିକ ସ୍ତରରେ ସବୁପ୍ରକାର ସତର୍କତା ଅବଲମ୍ବନ ପାଇଁ ଘୋଷଣା କରାଯାଇଛି । ଏହା ସତ୍ତେ୍ୱଜନସାଧାରଣଙ୍କ ମନରେ ଏଥିପାଇଁ କୌଣସି ଚିନ୍ତା ନାହିଁ ଓ ଲୋକେ ନିଶ୍ଚିନ୍ତ ହୋଇ ସଭା ସମିତି ଓ ହାଟ ବଜାର ଠାରେ ଜନଗହଳି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 + seventeen =