ଟିକାବାଲି:ଟିକାବାଲି ଥାନା ଅନ୍ତର୍ଗତ ସଙ୍ଖରାଖୋଲ ସୁଣ୍ଡି ସାହିର ଗତ ୧୩ ତାରିଖ ରାତ୍ର ସମୟରେ ଶୋଇଥିବା ଅବସ୍ଥାରେ ୭୦ ବର୍ଷିୟା ବୃଦ୍ଧା ଲେପି ନାୟକ ନାମ୍ନିଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଟିକାବାଲି ପୋଲିସ ଏକ ସନ୍ଦେହ ନକ ମୃତ୍ୟୁ ମାମଲା ୧୧/୨୨ରେ ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଥିଲା । ଟେଲାପାଲି ନିବାସୀ ତାଙ୍କ ଦାଦାପୁଅ ଭାଇ ବିପ୍ରଚରଣ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ଆସାମୀ ବାବୁଲି ନାୟକ (୪୩)ଙ୍କୁ ଧରି ଜେରା କରିବା ପରେ ଆସାମୀ ନିଜେ ନିଜ ମାଆକୁ ମାରିଥିବା କଥା ସବିକାର କରିବା ପରେ ଅଣ୍ଡର ସେକ୍ସନ ୩୦୨ରେ ଆଜି କୋର୍ଟ ଚାଲାଣ କରିଥିବା ସେକେଣ୍ଡ ଅଫିସର ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସୂଚନା ଥାଉକି ଟିକାବାଲି ଥାନା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀମୟୀ ଷାଣ୍ଢ ଏହି ମାମଲାର ତଦନ୍ତ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଅଭିଯୁକ୍ତ ବାବୁଲି ଜଣେ ମାନସିକ ବିକୃତ ବୋଲି ଜଣାପଡିଛିା