ପୁଣି ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ

0 810

ସୁପର୍ ସାଇକ୍ଲୋନ ପାଇଁ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ମୂଲ୍ୟାୟନ କୁ ସ୍ଥଗିତ ରଖାଯାଇଛି। ଗତକାଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସମ୍ଭାବ୍ୟ ବାତ୍ୟା ପାଇଁ ୨୦ ପରିବର୍ତ୍ତେ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର OSSTA ସମେତ ବିଭିନ୍ନ ଶିକ୍ଷକ ସଂଘ ଗୁଡିକ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

hiring

ବାତ୍ୟାର ପରବର୍ତି ପ୍ରଭାବ ୨୧ ତାରିଖରେ ବି ପଡ଼ିପାରେ ଆଶଙ୍କା କରି ସପ୍ତାହେ ବିଳମ୍ବରେ ଖାତା ମୂଲ୍ୟାୟନ କରାଯାଉ ବୋଲି ଦାବି କରିଥିଲେ। ତେବେ ଆଜି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁପର୍ ସାଇକ୍ଲୋନ୍ ଆଳ ଦେଖାଇ ପୁଣି ଥରେ ତାରିଖ ଘୁଞ୍ଚାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ପାଣିପାଗ ବିଭାଗ ସୁପର୍ ସାଇକ୍ଲୋନ ନେଇ ପୂର୍ବରୁ ସୂଚନା ଦେଇଥିଲେ ସୁଦ୍ଧା ଏହାକୁ କାହିଁକି ନିଷ୍ପତ୍ତି ସମୟରେ ବିଚାରକୁ ନିଆଗଲା ନାହିଁ।

hiranchal ad1
Leave A Reply

Your email address will not be published.

two × one =