ସୁପର୍‌ ଭାଇଜରଙ୍କ ମନମୁଖୀ କାର୍ଯ୍ୟକଳାପ,କାର୍ଯ୍ୟାନୁଷ୍ଠନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ୩୧ଜଣ ଅଙ୍ଗନୱାଡ଼ି କର୍ମୀ

0 111

ବାଲିଗୁଡ଼ା: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ସେକ୍ଟରରେ କାର୍ଯ୍ୟରତ ସୁପର୍‌ ଭାଇଜରଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉକ୍ତ ସେକ୍ଟର ଅଞ୍ଚଳରେ କାର୍ଯ୍ୟରତ ୩୧ଜଣ ଅଙ୍ଗନୱାଡ଼ି କର୍ମୀମାନେ ଶାରୀରିକ ,ମାନସିକ ଓ ଆର୍ଥିକ ଭବେ ନିର୍ଯାତନାର ଶିକାର ହେଉଥିବା ସେମାନେ ଅଭିଯୋଗ କରିଛି । ତୁରନ୍ତ ଏହାର ନିରାକରଣ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଡଃ ଆଶିଷ ଈଶ୍ୱର ପାଟିଲଙ୍କୁ ରେଜିଷ୍ଟ୍ରି ଚିଠି ମାଧ୍ୟମରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିବା ଜଣାପଡିଛି ।
ଶାରିରୀକ, ମାନସିକ ଓ ଆର୍ଥିକ ଭବେ ନିର୍ଯାତନାର ଶିକାର ହେଉଥିବା ଅଙ୍ଗନୱାଡ଼ି କର୍ମୀମାନେ ଏକତ୍ରିତ ହୋଇ ସୁପରଭାଇଜରଙ୍କ ୨୩ ଗୋଟି କଳା କାରନାମାକୁ ଉଲ୍ଲେଖ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ଲିଖିତ ଦାବିପତ୍ର ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ପ୍ରେରଣ କରିଥିବା ନେଇ କାଟିଙ୍ଗିଆ ସେକ୍ଟର ସଭାନେତ୍ରୀ ଅଞ୍ଜନା ନାୟକ ସୂଚନା ପ୍ରଦାନ କରିଥିବା ବେଳେ ତାଙ୍କ ପରିବର୍ତ୍ତେ ଜଣେ ସୁଦକ୍ଷ, ସୁବିଚାର ଯୋଗ୍ୟ ସୁପର ଭାଇଜରଙ୍କୁ ନିଯୁକ୍ତି ଦେଲେ କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତନ ହେବ ବୋଲି ଆଶା ପ୍ରକଟ କରି,ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏହାର ତୁରନ୍ତ ସମାଧାନ ନ ହେଲେ କାଟିଙ୍ଗିଆ ସେକ୍ଟର ର ସମସ୍ତ ୩୧ଜଣ କର୍ମଚାରୀ ସିଡ଼ିପିଓଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯୋଗ୍ୟ ଯେ କାଟିଙ୍ଗିଆ ସେକ୍ଟରର ଅନେକ ସେଣ୍ଟର୍‌ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ବ୍ଲକ୍‌ କାର୍ଯ୍ୟାଳୟ ଠାରୁ ୬୦ରୁ ୭୦କିମି ଦୂରରେ ରହିଥିବା ବେଳେ ନେଟୱାର୍କ ଓ ଗମନାଗମନର ବିଶେଷ ଅସୁବିଧା ରହିଛି । ଏଭଳି ସ୍ଥତିରେ ବଣ ଜଙ୍ଗଲ ପାହାଡ଼ ଘେରା ଅବ୍ୟବସ୍ଥା ପରିବେଶ ଭିତରେ ରହି ସରକାରଙ୍କ ମାତୃ ମଙ୍ଗଳ ଓ ଶିଶୁ ବିକାଶ ଯୋଜନାକୁ ସଫଳ କରିବା ପାଇଁ ନିର୍ଭିକ ସୈନ୍ୟ ଭାବେ କାର୍ଯ୍ୟ କରିଚାଲିଛନ୍ତି । ପ୍ରାକ୍‌ ଶିକ୍ଷାର ଅଗ୍ରଗତି ପାଇଁ ସରକାରଙ୍କ ଯୋଜନା ଅନୁଯାୟୀ ଅଙ୍ଗନୱାଡ଼ି ଶିକ୍ଷା କେନ୍ଦ୍ରରେ ଶିଶୁ ମାନଙ୍କୁ ଶିକ୍ଷା ଦାନ କରିବା ସହ ସୁଷମ ଖାଦ୍ୟ, ରନ୍ଧା ଖାଦ୍ୟ ପ୍ରଦାନ ଗର୍ଭବତୀ, ପ୍ରସୂତୀ ମାନଙ୍କୁ ଶୁଖିଲା ଖାଦ୍ୟ ପହଞ୍ଚାଇବା ଆଦି ଅନେକ କର୍ଯ୍ୟ ସମ୍ପାଦନ କରନ୍ତି ।

hiranchal ad1
Leave A Reply

Your email address will not be published.

sixteen − 3 =