ସଂଗ୍ରାମପୁର ପଞ୍ଚାୟତ ହାଇସ୍କୁଲରେ ସଂସ୍କୃତ ଦିବସ ପାଳନ

0 170

ଜହ୍ନାପଙ୍କ,୨୮/୮:ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳନ ହୋଇଯାଇଛି । ପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ଠାରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରୀ ମାନେ ସଂସ୍କୃତରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହାପରେ ନୂତନ ସଂସ୍କୃତ ଶିକ୍ଷକଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଭରତ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଂପାଦକ ଚେତାରାମ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ପ୍ରତାପ ରଥ, ଅଧ୍ୟାପକ ଶ୍ରୀ ବିଶୋଇ, କଣ୍ଟାମାଳ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ପୌଲସ୍ତି ପ୍ରଧାନ,ସଂସ୍କୃତ ଶିକ୍ଷକ ଅଜିତ ସାହୁ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ନବୀନ ଚନ୍ଦ୍ର ଶତପଥୀ ଯୋଗଦେଇ ଭାରତ ବର୍ଷ ସହିତ ସଂସ୍କୃତ ଭାଷାର ସାମଞ୍ଜସ୍ୟ, ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କ ଆଗ୍ରହ, ସଂସ୍କୃତ ଭାଷା ଭାରତ ବର୍ଷର ପ୍ରଧାନ ଭାଷା ଓ ଜନ୍ମିତ ଭାଷା, ସଂସ୍କୃତ ଭାଷା କିପରି ପ୍ରତି ପରିବାରରେ ଆଦୃତ ହୋଇ ପାରିବ ସେଥିପାଇଁ ଦୃଷ୍ଟି ଦେବା ଏବଂ ସଂସ୍କୃତ ଭାଷାକୁ ବଞ୍ଚାଇବା ପାଇଁ ଛାତ୍ର ଛାତ୍ରୀ ମାନେ ସଂସ୍କୃତ ପଢ଼ିବା ନିତ୍ୟାନ୍ତ ଜରୁରୀ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଜୟକୃଷ୍ଣ ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଂଘର ସଭାପତି ସଂସ୍କୃତ ଶିକ୍ଷକ ସଭା ପରିଚାଳନା କରିଥିଲେ । ଜିଲ୍ଲା ସଂଯୋଜକ ଶିକ୍ଷକ ଅଶୋକ ପ୍ରଧାନ ଅତିଥି ପରିଚୟ ଦେଇ ଥିବା ବେଳେ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସଂସ୍କୃତ ଶିକ୍ଷକ ଯୋଗ ଦେଇ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − three =