ସାମ୍ନାକୁ ଆସିଲା ଦେଶର ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା

0 104

ନୂଆଦିଲ୍ଲୀ: ଦେଶରେ କରୋନା ତଥା ଓମିକ୍ରନ ସଂକ୍ରମଣ ବଢି ଚାଲିଥିବାବେଳେ ଆଜି ସାମ୍ନାକୁ ଆସିଛି ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ମାମଲା । ରାଜସ୍ଥାନ ଜୟପୁରର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛି । ନିକଟରେ ୭୨ ବର୍ଷୀୟ ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସଂକ୍ରମିତ ହେବାର ୫ ଦିନ ପରେ ସେ ସୁସ୍ଥ ହୋଇଯାଇଥିଲେ । ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଅନ୍ୟ ରୋଗ ଯୋଗୁଁ ସେ ଗୁରୁତର ଥିବାରୁ ହସ୍ପିଟାଲରେ ହିଁ ଥିଲେ । ଏହାକୁ ଓମିକ୍ରନ୍‌ ମୃତ୍ୟୁ ହିଁ କୁହାଯିବ ବୋଲି ମନ୍ତ୍ରଣାଳୟ କହିଛି । ସାରା ବିଶ୍ୱରେ ଓମିକ୍ରନ୍‌ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ସଂକ୍ରମଣ ମାମଲା ୫୫.୪% ବୃଦ୍ଧି ପାଇଛି । ଦିନକରେ ୫୮ ହଜାର ୯୭ଟି ନୂଆ ମାମଲା ରେକର୍ଡ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ୫୩୪ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୨୧୩୫ଟି ଓମିକ୍ରନ୍‌ ପଜିଟିଭ ରେକର୍ଡ କରାଯାଇଛି ।

hiranchal ad1
Leave A Reply

Your email address will not be published.

14 − 5 =