ଆଉ ୨ଟି ପଜିଟିଭ ଚିହ୍ନଟପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୪୯ ହେଲା

0 96

ସମ୍ବଲପୁର,୨୭/୬ – ଆଜି ଆଉଦୁଇଟି କରୋନା ପଜିଟିଭ ମାମଲା ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୪୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିବାପରେ ବାକି ୨୫ଜଣଙ୍କର ଚିକିତ୍ସା ଚାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିର ଦୁଇଟିଯାକ ରୋଗୀ, ଜଣେ ୨୨ବର୍ଷୀୟ ଯୁବକ ଓ ଆଉଜଣେ ୨୩ବର୍ଷୀୟା ଯୁବତୀ, ଉଭୟେ ରେଢାଖୋଲ ଟିଏମସି ଠାରେ ଚିହ୍ନଟ ହୋଇଛନ୍ତି । ସେ ଦୁହେଁ ତାମିଲନାଡୁରୁ ପ୍ରବାସୀ ଶ୍ରମିକ ଭାବରେ ଏଠାକୁ ଆସିବା ପରଠାରୁ ସେମାନଙ୍କୁ ଅନୁଧ୍ୟାନ ପାଇଁ ଉକ୍ତ ଟିଏମସିରେ ରଖାଯାଇଥିଲା । ଉଭୟଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ସ୍ୱାବପରୀକ୍ଷା ପଜିଟିଭ ଆସିଥିବାରୁ ସେମାନଙ୍କୁ ଚିକିତ୍ସାପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ଇତିମଧ୍ୟରେ ସେମାନଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିମାନଙ୍କ ବିସ୍ତୃତ ସମ୍ପର୍କସୂଚୀ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

seventeen − seventeen =