ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ: ପାସହାର ୭୪.୯୫ ପ୍ରତିଶତ

0 105

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରିଷଦର କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରିଛନ୍ତି । ଚଳିତ ବର୍ଷ ସାମଗ୍ରିକ ଭାବେ ୭୪.୯୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ ୨୫ ହଜାର ୭୮୫ଜଣ ପିଲାଙ୍କ ମଧ୍ୟରୁ ୧୯୩୧୮ ପିଲା ପରୀକ୍ଷାରେ ପାସ୍ କରିଛନ୍ତି । ନୟାଗଡରେ ପାସହାର ସର୍ବାଧିକ ୮୮.୭୦ ପ୍ରତିଶତ ରହିଥିବା ବେଳେ ଦେବଗଡରେ ପାସହାର ସର୍ବନିମ୍ନ ୩୪.୧୭ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀ ୬୬୧୦ଜଣ, ଦ୍ୱିତୀୟ ଶ୍ରେଣୀରେ ୪୨୫୯ଜଣ ଓ ତୃତୀୟ ଶ୍ରେଣୀରେ ୮୩୬୧ଜଣ ପରୀକ୍ଷାରେ ପାସ କରିଛନ୍ତି । ୯୦ ପ୍ରତିଶତରୁ ଅଧିକ ନମ୍ବର ୪୦ଜଣ ଛାତ୍ରଛାତ୍ରୀ ରଖିଥିବା ବେଳେ ୨୯ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ ଶତ ପ୍ରତିଶତ ଫଳ କରିଛନ୍ତି । ଦୁଇଟି ସ୍କୁଲରେ ଆଦୌ କୌଣସି ପିଲା ପାସ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୩ ତାରିଖରୁ ୧୧୪୩ଟି କେନ୍ଦ୍ରରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଥିଲା । କରୋନା କଟକଣା ମଧ୍ୟରେ ଜୁନ୍ ୧ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ପରୀକ୍ଷାର ଫଳାଫଳରୁ ଜଣାପଡିଛି ଯେ, ପରୀକ୍ଷା ଦେଇଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୨୧୫ ପୁଅ ଅର୍ଥାତ୍ ୭୩.୩୭ ପ୍ରତିଶତ ଓ ୭୧୦୩ ଝିଅ ଅର୍ଥାତ୍ ୭୭.୮ ପ୍ରତିଶତ ପରୀକ୍ଷାରେ ପାସ୍ କରିଛନ୍ତି । ପୂର୍ବ ଅପେକ୍ଷା ପରୀକ୍ଷା ଫଳ ଭଲ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

19 + eight =