ଜନ ଶୁଣାଣି ଶିବିରରେ ୨ ହଜାର ଅଭିଯୋଗ ପଞ୍ଜୀକୃତ

0 55

ଆଠଗଡ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆଠଗଡରେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ସାପୁଆ ସେତୁ ନିକଟ ବିଜେପି କାର୍ଯ୍ୟାଳୟରେ ଦିବା ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଓ କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମସ୍ତେ ଟିଭିରେ ଦେଖିଥିଲେ । ପରେ ପରେ ଆଠଗଡ ନିର୍ବାଚନ ମଣ୍ତଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜର ଅଭିଯୋଗ ଲିଖିତ ଭାବରେ ସାଂସଦଙ୍କୁ ଜଣାଇଥିଲେ। ପ୍ରାୟ ୨ ହଜାର ଅଭିଯୋଗ ପଞ୍ଜୀକରଣ ହୋଇଥିବାର ସୂଚନା ମିଳିଛି । ସାମୁହିକ ଅଭିଯୋଗ ମଧ୍ୟରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟର ଜମି ଚିହ୍ନଟ, ଚାନ୍ଦବାଲି ଛକଠାରୁ ଧବଳେଶ୍ବର ପର୍ଯ୍ୟନ୍ତ ରାସ୍ତାର ନବୀକରଣ, ପରିମଳ, ଆବଶ୍ୟକ ଡାକ୍ତର ନିଯୁକ୍ତି, ଧବଳେଶ୍ବର ଝୁଲା ପୋଲର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ, ତୁରନ୍ତ ଶେଷ କରିବା ଓ ଅନ୍ୟାନ୍ୟ ସାମୁହିକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

hiring

ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ନୂତନ ରାସନ କାର୍ଡ, ଘରଡିହ, ଜମିହୀନ ବ୍ୟକ୍ତିଙ୍କୁ ଜମି ଆବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଥିବାରୁ ତୁରନ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ଚିହ୍ନଟ କରି ଘର ଯୋଗାଇବା, ପାନୀୟଜଳ, ଗ୍ରାମ୍ୟ ରାସ୍ତାର ଦୁରବସ୍ଥା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ଭଳି ବହୁ ଲିଖିତ ଅଭିଯୋଗ ସାଂସଦଙ୍କୁ ପ୍ରଦାନ କରାଯାଇଥିଲା ବୋଲି ଜଣାପଡିଛି । ଏ ବିଷୟରେ ସାଂସଦ ନିଜ ପ୍ରତିକ୍ରିୟାରେ କହିଥିଲେ, ସମସ୍ୟା ରହିବ, ଦିନକୁ ଦିନ ନୂତନ ସମସ୍ୟା ସୃଷ୍ଟି ହେବ, ତାର ସମାଧାନ ପାଇଁ ଯଦି ଉଦ୍ୟମ ନ କରାଯାଏ ତେବେ ସେଗୁଡିକ ଜମାଟ ବାନ୍ଧି ଯିବ। ବହୁ ଦିନର ପୁରୁଣା ସମସ୍ୟା ଦୃଷ୍ଟିକୁ ଆସିଛି। ଆଠଗଡ ନିର୍ବାଚନମଣ୍ଡଳୀରେ ଦୀର୍ଘ ଦିନ ଧରି ବହୁ ଦିବ୍ୟାଙ୍ଗ ସରକାରୀ ସୁବିଧା ପାଇ ନ ଥିବା ଦେଖି ସାଂସଦ ଆଶ୍ଚର୍ଯ୍ୟ ହେବା ସହ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଆସିଥିବା ଅଭିଯୋଗ ଗୁଡିକର ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ସାଂସଦ ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

8 − 7 =