ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ରକ୍ତଦାନ ଭଣ୍ଡାରରେ ରବିବାର ଗଜପତି ଜିଲ୍ଲା ରକ୍ତଦାତା ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଙ୍ଗଠନର ସଭାପତି ଜି.ନବୀନ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରିଣୀ ଡ.ଗୁନୁରାଣୀ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ରକ୍ତଭଣ୍ଡାର ଇନଚାର୍ଜ ଡ.କେ.ରବି କୁମାର ଓ ଖଗେଶ୍ୱର ବେହେରା ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ସର୍ବମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରତ୍ୟେକ ଦିନ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଦେବାସହ ଜିଲ୍ଲାରେ ଦେଖାଦେଇଥିବା ରକ୍ତାଭାବ ଦୂର କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ଋଷି, ସଂପାଦକ ଚନ୍ଦ୍ରଶେଖର, ଅମ୍ବିକା ମହାପାତ୍ର, ପି. କ୍ରାନ୍ତୀ, ମୋହିନୀ ପ୍ରଧାନ, ଜଗତ ସାହୁ, ମମତାପାଣି ନବୀନ ଲକି, ଶରତ କୁମାର ପ୍ରମୁଖ ଯୋଗ ଦେଇଥିଲେ ।