ପାରଳାଖେମୁଣ୍ଡି : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଆୟୋଜିତ ଗୁରୁ ରଘୁନାଥ ପାତ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ ସଂଗୀତ ପରିବେଷଣ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା, ଡ଼ଃ.ସଞ୍ଜୀବ ହୋତା, ଗୁରୁ ଲକ୍ଷ୍ମୀକାନ୍ତ ପାଲତ, ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଗୁରୁ ରଘୁନାଥ ପାତ୍ରଙ୍କ ଭୂୟସୀ ପ୍ରଶଂସା କରିଥିଲେ ।
ଗୁରୁ ଶ୍ରୀ ପାତ୍ରଙ୍କ ସମେତ ଛାତ୍ରଛାତ୍ରୀ ଆଶୁତୋଷ ମିଶ୍ର, ଡ଼ଃ.ଚନ୍ଦନ ଗନ୍ତାୟତ, ଆକାଂକ୍ଷା ପାଟ୍ଟଯୋଶୀ ପୁରାତନ ରାଗ ଉପରେ ଆଧାରିତ ଓଡିଶୀ ସଂଗୀତ ଗାନ କରିଥିବା ବେଳେ ମର୍ଦ୍ଦଳରେ ସୀତାକାନ୍ତ ଜେନା ଓ ବଂଶୀରେ ସୌମ୍ୟ ରଞ୍ଜନ ଯୋଶୀ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କଳାକାର ଓ ସଂଗୀତ ପ୍ରେମୀ ଯୋଗ ଦେଇଥିଲେ ।
ଗୁରୁ ଶ୍ରୀ ପାତ୍ରଙ୍କ କାର୍ଯ୍ୟକ୍ରମର ସଫଳତା ପାଇଁ ପାରଳା-ଗଜପତି ବିକାଶ ମଞ୍ଚର ସମ୍ପାଦକ ରାଜକିଶୋର ପାଣିଗ୍ରାହୀ, କ୍ରିଏଟିଭ ଆର୍ଟସ୍ର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରଭୃତି ଶୁଭେଚ୍ଛା ଜଣାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର କଳାକାର ମାନଙ୍କ ପରିଚୟ ଓ ଆନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ ମୀରା ପଣ୍ଡା ।
Sign in
Sign in
Recover your password.
A password will be e-mailed to you.
Next Post