ବୌଦ୍ଧ,୨୨/୩ – ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ଜାମୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର 57 ର ସଂପ୍ରସାରଣ କାର୍ଯ୍ୟ ଅଧାପଂତରିଆ ଅବସ୍ଥାରେ ପଡିଥିବା ଯୋଗୁଁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟି ଚାଲିଛି | ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବୁଟୁପାଲି ପଟରୁ ଆସୁଥିବା ଏକ ମିନି ଟ୍ରକ ପୁଣି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଗରୁ ଆସୁଥିବା ଏକ ଗାଡିର ହେଡ ଲାଇଟ୍ ଯୋଗୁଁ ଡିଭାଇଡର ଉପରେ ମିନି ଟ୍ରକଟି ଚଢି ଯାଇଥିଲା l ସନ୍ଧ୍ୟା ସମୟରେ ରାସ୍ତା ପ୍ରବଳ ଗହଳି ଥିବା ସତ୍ବେ ସୌଭାଗ୍ୟବଶତଃ ଅନ୍ୟ କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣା ପଡିଛି l ଉକ୍ତ ରାସ୍ତାରେ ସମ୍ପୂର୍ଣ୍ଣ ଡିଭାଇଡର ଲଗାଯିବା ପ୍ଲାନ ମୂଳରୁ ରହିଥିଲା ଓ ସେଥିପାଇଁ ଅର୍ଥ ବ୍ୟବସ୍ଥା ମଧ୍ୟ ଥିଲା l ଜାନୁଆରୀ ମାସ 2 ତାରିଖରେ ମୁଖ୍ୟମନ୍ତ୍ରୀ ଏ ରାସ୍ତାକୁ ଉଦଘାଟନ କରିବେ ବୋଲି ଡିଭାଇଡର ଲଗା କାମ ଦିନରାତି ଜୋରସୋର ଚାଲିଥିଲା l କିଛି କାମ ହୋଇଥିବା ବେଳେ କିଛି ପ୍ରଭାବଶାଳି ଲୋକ ବିରୋଧ କରି ଚାପ ପକାଇ କାମ ବନ୍ଦ କରାଇଥିଲେ ଓ ଆଜିଯାଏଁ ସେଭଳି ପଡି ରହିଛି | ଅଧାପଂତରିଆ କାମ ଯୋଗୁଁ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଏ ରାସ୍ତାରେ ଘଟି ଚାଲିଥିବା ବେଳେ ଡିଭାଇଡର କାମ ସମ୍ପୂର୍ଣ୍ଣ କରାଯିବାକୁ ଜନସାଧାରଣରେ ଦାବି ହେଉଛି |