କରୋନା ପାଇଁ ଅନେକ ବାହାଘର ବାତିଲ, ପରେ ହେବ ଲଗ୍ନଧାର୍ଯ୍ୟ

0 2,179

hiring

ବୌଦ୍ଧ,୫/୫- ବାହାଘର ଋତୁରେ କରୋନାର ଭୟାବହତା ସହିତ ଲକ ଡାଉନ ଓ ସର୍ଟ ଡାଉନର କଟକଣା ଯୋଗୁଁ ଅନେକ ସଂଖ୍ୟାରେ ବାହାଘର ଜିଲ୍ଲାରେ ବନ୍ଦ ହେବାକୁ ଯାଉଛି l ବର ଓ କନ୍ୟା ପକ୍ଷ ମିଶି 50 ଜଣଙ୍କ ମଧ୍ୟରେ ବିବାହ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଉଥିବା ଦୃଷ୍ଟିରୁ ଅନେକ ପରିବାର ପୂର୍ବରୁ ଲଗ୍ନ ଧାର୍ଯ୍ୟ କରିଥିବା ସତ୍ବେ ବର୍ତ୍ତମାନ ବାହାଘର ବନ୍ଦ କରିବାକୁ ନିଷ୍ପତି ନେଉଥିବା ଦେଖିବାକୁ ମିଳୁଛି l ଲକ ଡାଉନ ଓ ସର୍ଟ ଡାଉନ ପାଇଁଁ ଯାତ୍ରୀ ପରିବହନ ସେବା ବନ୍ଦ ଥିବାରୁ ଓ ବନ୍ଧୁ ବାନ୍ଧବ ଘରକୁ ଆସିବା ସମ୍ଭବ ନଥିବା ହେତୁ ବିବାହ ଉତ୍ସବ ଗୁଡିକ ସ୍ଥଗିତ ରଖା ଯାଉଛି l କେତେକ ପ୍ରଭାବଶାଳୀ ଲୋକ 50 ଜଣଙ୍କ ପାଇଁଁ ଅନୁମତି ନେଇ ଶତାଧିକ ଲୋକଙ୍କୁ ନେଇ ସ୍ଥାନୀୟ ପୋଲିସ୍ ଓ ପ୍ରଶାସନକୁ ହାତ କରି ବିବାହ ଭୋଜିର ଆୟୋଜନ କରୁଥିବା ଅଭିଯୋଗ ମଧ୍ୟ ହୋଇ ଆସୁଛି l ସେମାନଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନରେ ଢିଲା ମଧ୍ୟ ହେଉଥିବା ଶୁଣିବାକୁ ମିଳେ l ହେଲେ ସାଧାରଣ ଲୋକଙ୍କ ପାଇଁ ନିୟମ କଡାକଡ଼ି କରା ଯାଉଥିବାରୁ ବିବାହ ବନ୍ଦ କରି ପରେ କଟକଣା ଉଠିଲେ ଲଗ୍ନ ଧାର୍ଯ୍ୟ କରିବାକୁ ସେମାନେ ଶ୍ରେୟସ୍କର ମନେ କରୁଛନ୍ତି l ଜୀବନରେ ଜଣେ ଯୁବକ କିମ୍ବା ଯୁବତୀ ଥରେ ବିବାହ କରିବେ ଓ ସେଥିରେ ଯଦି ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ବଜନ ଉପସ୍ଥିତ ହୋଇ ପାରିବେ ନାହିଁ ତେବେ ବିବାହ ଉତ୍ସବ ର କୌଣସି ମୁଲ୍ୟ ନାହିଁ ବୋଲି ସେମାନେ ଚିନ୍ତା କରୁଛନ୍ତି l ଆସନ୍ତା ଜୁନ୍ କିମ୍ବା ଡିସେମ୍ବର୍ ମାସରେ କଟକଣା ଉଠିବା ପରେ ପୁନଃ ଲଗ୍ନ ଧାର୍ଯ୍ୟ କରି ବିବାହ ଆୟୋଜନ ପାଇଁ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବା ଜଣା ପଡିଛି l

hiranchal ad1
Leave A Reply

Your email address will not be published.

10 + 19 =