ହରଭଙ୍ଗା,୧୮/୫- ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ୍ ରେ ମଙ୍ଗଳବାର ଦିନ ବିଡିଓ ନିଳକଣ୍ଠ ବେହେରା ଓ ତହସିଲଦାର ଶମ୍ବୁ ପ୍ରସାଦ୍ ମିଶ୍ରଙ୍କ ଉପସ୍ଥିତିରେ ରାଜସ୍ବ ରଥର ଶୁଭାରମ୍ଭ ହୋଇଯାଇଛି। ଏହି ଶୁଭାରମ୍ଭ ଅବସରରେ ପୂର୍ବରୁ ହୋଇଥିବା ଅଭିଯୋଗ ଶୁଣାଣିରେ ଭୁମିହୀନ ମାନଙ୍କୁ ମାଗଣାରେ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ଘରକୁ ଘର ଯାଇ ହିତାଧିକାରୀଙ୍କୁ ଏହି ରଥ ପହଂଚି ପଟ୍ଟା ଯୋଗାଇ ଦେଇଥିଲା । ବ୍ଲକର ଧଳପୁର, ପୁରୁଣାକଟକ, ବୈକୁଣ୍ଠପୁର, ଶରଧାପୁର, ପିତାମ୍ବରପୁର, ଆଦି ଗ୍ରାମଗୁଡିକର ମୋଟ୍ ୨୪ ଜଣଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଶୁଭାରମ୍ଭ କାଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ହରିଓମ୍ ଭୋଇଙ୍କ ସମେତ ତହସିଲ୍ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।