ଟାଟା ଏସିଇ ଓ ସାଇକେଲ ଧକ୍କାରେ ଗୁରୁତର ଆହତଙ୍କ ବୁର୍ଲାରେ ମୃତ୍ୟୁ

0 2,563

hiring

ବୌଦ୍ଧ,୮/୪- ଆଜି ସକାଳେ ଜାତୀୟ ରାଜପଥ ନମ୍ବର 57ର ରାଧାନଗର୍ ଗ୍ରାମ ନିକଟରେ ହୋଇଥିବା ସାଇକେଲ ଓ ଟାଟା ଏସିଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରାଧାନଗର୍ ଗ୍ରାମର ଲଳିତ ସାହୁଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି l ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳ ପ୍ରାୟ 10 ଘଣ୍ଟା ସମୟରେ ଲଳିତ ଓ ତାଙ୍କ ସ୍ତ୍ରୀ ସାଇକେଲରେ ବସି କୋଭିଡ୍ ଟିକା ନେବାକୁ ଟୀକାକରଣ କେନ୍ଦ୍ରକୁ ଯାଉଥିଲେ l ସମାନ ଦିଗରୁ ଆସୁଥିବା ଏକ ଲୁହା ବୋଝେଇ ଟାଟା ଏସିଇ ସାଇକେଲ କୁ ଧକ୍କା ଦେଇଥିଲା l ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ତ୍ରୀ ପ୍ରଫୁଲ୍ଲ ସାହୁ ମୃତ୍ୟୁବରଣ କରିଥିବାବେଳେ ଲଳିତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l

hiranchal ad1
Leave A Reply

Your email address will not be published.

1 × 4 =