ବୋୖଦ୍ଧ/ବାଉଁଶୁଣୀ,୨/୪ -ବୌଦ୍ଧ ବ୍ଲକ୍ ଆମ୍ବଝରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବବଡା ଗ୍ରାମର ସର୍ଗିବଦଲା ସାହିରେ ନିଆଁ ଲାଗି ପରିକ୍ଷିତ ପ୍ରଧାନଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଂକାର ବିଭିନ୍ନ ଅସବାଵ ପତ୍ର ପୋଡ଼ିନଷ୍ଟ ହୋଇଯାଇଛି । ଧାନ, ଚାଉଳ,ସୁନା ରୂପl, କପଡା ଏମିତି କି 30ହଜାର ଟଙ୍କା ପୋଡି ଯାଇଥିବା ଜଣାପଡିଛି । ଖବରପାଇ ବଘିଆପଡା ରାଜସ୍ୱ ନିରୀକ୍ଷକ ରଘୁନାଥ ମଲ୍ଲିକ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣା ପଡିଛି l ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇଦେବାକୁ ଜନସାଧାରଣରେ ଦାବୀ ହେଉଛି ।ଅନ୍ୟପଟେ ଆମ୍ବଝରି ସରପଞ୍ଚ ରିଙ୍କି ଗିରୀଙ୍କ ସ୍ବାମୀ ରଞ୍ଜିତ ଗିରି ବବଡା ଗ୍ରାମକୁ ଯାଇ ଘର ପୋଡ଼ି ଯାଇଥିବା ପରିବାର କୁ ଚୁଡା ଚିନି ଚାଉଳ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।ଘଟଣା ଖବର ପାଇ ବାଉଁଶୁଣୀ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।