୨୩ରେ ଆଉ ଏକ ଲଘୁଚାପ

0 136

ଭୁବନେଶ୍ୱର : ଲଘୁଚାପର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଆସନ୍ତା ୪୮ ଘଣ୍ଟା ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଦାନ ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଗୁଡିକ ହେଲା ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ରାୟଗଡା । ଏହା ବ୍ୟତୀତ ୧୩ଟି ଜିଲ୍ଲାରେ ଝଡତୋଫାନ ସହ ସ୍ୱଳ୍ପ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କଟକ, ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମାଲକାନଗିରି, କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

17 − five =