ପାରଳାରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ

0 67

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେରା ପଞ୍ଚମୀ ମହା ସମାରୋହରେ ପାଳିତ ହୋଇଯାଇଛି । ଆଷାଢ଼ ମାସର ଶୁକ୍ଳ ପଞ୍ଚମୀରେ ହେରା ପଞ୍ଚମୀ ପାଳିତ ହୋଇଥାଏ । ମାଆ ମହାଲକ୍ଷ୍ମୀଙ୍କୁ ଏକା ଛାଡି ପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ଦିନେ ଦୁଇ ଦିନରେ ଫେରି ଆସିବି ବୋଲି ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ତାଙ୍କ ପ୍ରତିଶୃତିକୁ ଭକ୍ତଙ୍କ ଗହଣରେ ରହି ଭୁଲି ଯାଆନ୍ତି । ଅଭିମାନ ଓ କ୍ରୋଧରେ ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ସେତେବେଳେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ହୋଇ ପହଡ଼ ପଡିଥାଏ । ମାଆ ମହାଲକ୍ଷ୍ମୀ ବିରସ ମନରେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଯାନ୍ତି । ଗଲାବେଳେ ନିଜର ଅଭିମାନକୁ ଦେଖାଇବା ପାଇଁ ରଥ କାଠ ଖଣ୍ଡିଏ ଭାଙ୍ଗିଦେଇ ଯାଆନ୍ତି । ଆଜି ପାଗ ଅନୁକୂଳ ହୋଇଥିବାରୁ ଆଖପାଖ ପୁରପଲ୍ଲୀ ସହିତ ପଡୋଶୀ ରାଜ୍ୟର ବହୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମିନା ବଜାର,ମୌତ କା କୁଆଁ, ରାମ ଦୋଳି ସହ ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

five × four =