ଢେଙ୍କାନାଳ ଭୀମ ଆର୍ମି ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

0 76

ଢେଙ୍କାନାଳ: ଢେଙ୍କାନାଳ ମହିଷାପାଟ ଠାରେ ଭୀମ ଆର୍ମି ଭାରତ ଏକତା ମିଶନ ତରଫରୁ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଆଠୋଟି ବ୍ଲକ୍‌ରେ ଥିବା ଭୀମ ଆର୍ମି କର୍ମକର୍ତାମାନେ ଯୋଗଦାନ କରିବା ସହିତ ଢେଙ୍କାନାଳ ଜିଲ୍ଲାପାଳ ମହୋଦୟଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ, ସରକାରୀ ସଂସ୍ଥାକୁ ଘରୋଇକରଣ, ବେସରକାରୀ କ୍ଷେତ୍ରରେ ଅନୁସୂଚୀତ ଜନଜାତି ଓ ପଛୁଆବର୍ଗମାନଙ୍କୁ ଆରକ୍ଷଣ ପ୍ରଦାନ, ଯୁବକମାନଙ୍କୁ ରୋଜଗାର ଏବଂ କୃଷକ ବିରୋଧୀ ନୀତି ବିରୋଧରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଉକ୍ତ ବୈଠକରେ ଭୀମ ଆର୍ମି ରାଜ୍ୟ ସଭାପତି ଧୀମାନ ଲଂକେଶ ରାବଣ ମୁଖ୍ୟ ଅତିଥି ଭାବେ ଯୋଗଦେଥିଲେ । ଏବଂ ଢେଙ୍କାନାଳ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଚନ୍ଦନ କୁମାର ନାୟକ ସଭାପତିତ୍ୱ କରିଥିଲେ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିବା ସହିତ ଭବିଷ୍ୟତରେ କିଭଳି ଭୀମ ଆର୍ମି ଢେଙ୍କାନାଳରେ ତା’ର କାର୍ଯ୍ୟକ୍ରମ ପନ୍ଥା ଅବଲମ୍ବନ କରିବ ବିସ୍ତୁୃତ ଭାବରେ ଆଲୋଚନା କରାଯାଇଥିଲା । ଶେଷରେ ଭୀମ ଆର୍ମି କମିଟି ଗଠନ କରାଯାଇ ଭୀମ ଆର୍ମି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ସନ୍ମତି କ୍ରମେ ଧୀମାନ ବରୁଣ କୁମାର ନାୟକଙ୍କୁ ଚୟନ କରାଯାଇଥିଲା । ସାଧାରଣ ସମ୍ପାଦକ ଭାବେ ଧୀମାନ ଚନ୍ଦନ ନାୟକ, ଉପସଭାପତି ଅନନ୍ତ ନାୟକ, ସହ ସଂପାଦକ ହୃଦାନନ୍ଦ ମଲ୍ଲିକ, କୋଷାଧ୍ୟକ୍ଷ କମଳ ଲୋଚନ ପାତ୍ର, ସଂଯୋଜକ ପ୍ରଶାନ୍ତ ନାୟକ, କାର୍ଯ୍ୟକାରୀ ସଭାପତି ପପୁ ମଲ୍ଲିକ, ଜିଲ୍ଲା ମିଡିଆ ସଂଯୋଜକ ଆଶୁତୋଷ ନାୟକ, ଜିଲ୍ଲା କମିଟି ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଧାନ, ଅନିଳ ଦେହୁରୀ, ଜିତେନ୍ଦ୍ର ନାୟକ, ଗୋକୁଳ ନାୟକ, ମହେଶ୍ୱର ନାୟକ, ଦିପ୍ତୀମୟ ସେଠୀ, ସୁଶାନ୍ତ ମଲ୍ଲିକ, ସୁନାଲ ନାୟକ, ପୁରୁଷୋତ୍ତମ ନାୟକଙ୍କୁ ରାଜ୍ୟ ସଭାପତି ଲଙ୍କେଶ ରାବଣଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eighteen − 9 =