କରୋନା କଟକଣା ଭିତରେ ଆଜିଠୁ ଦଶମ ସମେଟିଭ ପରୀକ୍ଷା ଆରମ୍ଭ

0 81

ଗଣିଆ : ଓମିକ୍ରନ୍‌ର ଆଶଙ୍କା ଭିତରେ ଆଜିଠାରୁ ଆରମ୍ଭ ହେଇଛି ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା । ଆଜି ପ୍ରଥମ ସିଟିଂରେ ଓଡିଆ ବିଷୟରେ ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ସିଟିଂରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟରେ ପରୀକ୍ଷା ଦେଇଛନ୍ତି । ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ଏଭଳି ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷା ତିନିଦିନ ଧରି ଚାଲିବ । ମଲଟିପୁଲ୍‌ ଚଏସ୍‌ ବେସଡ୍‌ ଓଏମଆର ସିଟ୍‌ରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ମୋଟ୍‌ ୫୦ ମାର୍କର ପରୀକ୍ଷା ଦେଲେ । ଏହି ପରିପ୍ରେକ୍ଷୀରେ ଗଣିଆ ବ୍ଲକର ୩ଟି ନୋଡାଲ ସେଣ୍ଟରରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍‌ଲାଇନକୁ କ଼ଡାକଡି ଭାବେ ପାଳନ କରାଯାଇ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ ସେଣ୍ଟରରେ ୧୯୪ ପିଲା ପରୀକ୍ଷା ଦେବାକୁ ଥିବା ବେଳେ ୧୯୩ ପିଲା ପରୀକ୍ଷା ଦେଇଥିଲେ ଜଣେ ପିଲା ଅନୁପସ୍ଥିତ ଥିଲେ । ସେହିପରି ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠ ସେଣ୍ଟରରେ ୯୫ଜଣ ପିଲା ପରୀକ୍ଷା ଦେବାକୁ ଥିବାବେଳେ ୯୨ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୩ଜଣ ପିଲା ଅନୁପସ୍ଥିତ ଥିଲେ । ସେହିପରି ପଦ୍ମନାଭ ନୋଡାଲ ବିଦ୍ୟାପୀଠ ଆଡକଟା ସେଣ୍ଟରରେ ୧୬୪ଜଣ ପିଲା ପରୀକ୍ଷା ଦେବାକୁ ଥିବାବେଳେ ୧୫୫ ଜଣ ପିଲା ପରୀକ୍ଷା ଦେଇଥିଲେ ୯ଜଣ ଅନୁପସ୍ଥିତ ଥିଲେ । ଗତ ବର୍ଷ କରୋନା ପାଇଁ ମାଟ୍ରିକ୍‌ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦର ଅଦୂରଦର୍ଶିତା ଲାଗି ପିଲାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିବା ଅଭିଯୋଗ ଆସିବା ପରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ଲାଗି ୪ଟି ଫର୍ମେଟିଭ ଓ ଦୁଇଟି ସମେଟିଭ ପରୀକ୍ଷା କରିବାକୁ ବୋର୍ଡ ଘୋଷଣା କରିଥିଲା । ଯାହାଦ୍ୱାରା ମହାମାରୀ ପାଇଁ ବୋର୍ଡ ପରୀକ୍ଷା ଯଦିବା ବାତିଲ୍‌ ହୁଏ, ତେବେ ଫର୍ମେଟିଭ ଓ ସମେଟିଭ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇପାରିବ ।

hiranchal ad1
Leave A Reply

Your email address will not be published.

four × five =