ଜିଲ୍ଲା କିଷାନ ମହାସଂଘ ପକ୍ଷରୁ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ସମବେଦନା

0 85

ବଲାଙ୍ଗୀର: ଜିଲ୍ଲା କୃଷକ ମହାସଂଘର ଏକ ପ୍ରତିନିଧି ଦଳ ମୃତଚାଷୀ ରିଚେକ ବନଛୋରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟାର କାରଣ ସଂପର୍କରେ ବିଭିନ୍ନ ଲୋକଙ୍କୁ ପଚାରି ବୁଝିଥିଲେ । ସୂଚାଇ ଦିଆଯାଏ ଯେ, ତୁରେକେଲା ବ୍ଳକ ଘୁନେଶ ପଞ୍ଚାୟତ କାଦୋବେଡା ଗାଁ ଭାଗଚାଷୀ ରିଚେକ ବିଷପିଇ ଆତ୍ମହତ୍ୟା କରିଥିଲେ । ସରକାର ଚାଷୀ ଆତ୍ମହତ୍ୟା ସ୍ୱୀକାର କରନ୍ତି ନାହିଁ । ଅର୍ଥ ହିଁ ଅନର୍ଥ,ଏବେ ଜିଲ୍ଲାରେ ଭୟାବହ ଗଜା ମରୁଡି ଭଳି ପରିସ୍ଥିତି ଦେଖାଦେଇଛି । ସମସ୍ତ ଚାଷୀ ଖୁବ ମାନସିକ ଚାପରେ ଅଛନ୍ତି । ପେଟ ପାଇଁ ୬ମାସ ଦାଦନ ଖଟୁଥିବା ଓ ଧାରକରଜ କରି ଭାଗ ଚାଷରେ ଖର୍ଚ୍ଚ ବୁଡିବା ଆଶଙ୍କା ହେତୁ ଜୀବନ ହାରିବା ଭଳି ପଦକ୍ଷେପ ନେଇଥିବା ମୃତକଙ୍କ ସ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସରକାର ମୃତକଙ୍କ ପରିବାରକୁ ସାହାଯ୍ୟ ସହଯୋଗ ପାଇଁ ଆଗେଇ ଆସିବା ସହ ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାରେ ବିଳମ୍ବ ହେଲେ ପରିସ୍ଥିତି ଭୟାବହ ହେବ ଏବଂ ଜିଲ୍ଲା କୃଷକ ମହାସଂଘ କେବଳ ମୃତକଙ୍କ ପରିବାର ନୁହେଁ ସମସ୍ତ ଚାଷୀଙ୍କ ପାଇଁ ଲଢେଇ କରିବ ବୋଲି ସଭାପତି ଚାଷୀ ନେତା ଯତୀ ପଧାନ କହିଛନ୍ତି । ସରକାର ବଡ ବଡ ବିଜ୍ଞାପନରେ ଚାଷୀ ପାଇଁ ପର୍ଯ୍ୟାପ୍ତ କୃଷିଋଣ କଥା କୁହନ୍ତି କିନ୍ତୁ ଭାଗଚାଷୀ ଉପକୃତ ହୋଇ ନ ଥିବା ପୁଣିଥରେ ସୁସ୍ପଷ୍ଟ ବୋଲି ସଂଯୋଜକ ମଧୁସୂଦନ କ୍ଷେତି କହିଛନ୍ତି । କାଳିଆ ପରି ପାରାସିଟାମଲ ଟ୍ରିଟମେଣ୍ଟ ନୁହେଁ ଜଳସେଚନ, ଲେଣ୍ଡସେଟେଲମେଣ୍ଟ, କୃଷିବୀମା ପରି ଦୀର୍ଘ ମିଆଦି ଯୋଜନା ଓ ସଫଳ ରୂପାୟନ ପ୍ରତି ସରକାର ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ମରୁଡି ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ୟାକେଜ୍‌, କୃଷିଋଣ ଛାଡ ଇତ୍ୟାଦି ପଦକ୍ଷେପ ସରକାର ଶୀଘ୍ର ନିଅନ୍ତୁ ବୋଲି ତୁରେକେଲା, ବେଲପଡା ବ୍ଳକ ସଭାପତି ଗୁଲେକ ସାହୁ, କନ୍ଦର୍ପ ଦନ୍ତା, ବୃନ୍ଦାବନ କ୍ଷେତି ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − thirteen =