ଶଗଡିଆ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଖରିଫ ଚାଷ ପାଇଁ ଜଳଯୋଗାଣ

0 112

ହରଭଙ୍ଗା,୯/୭: ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ହରଭଙ୍ଗା ବ୍ଲକରେ ଥିବା ଶଗଡିଆ ଡ୍ୟାମରୁ ଚଳିତବର୍ଷ ଖରିଫ ଚାଷପାଇଁ ଆଜି ଡ୍ୟାମରୁ ଗେଟ୍ ଖୋଲାଯାଇ କେନାଲ ଯୋଗେ ହରଭଙ୍ଗା, କୁଡାଶିଙ୍ଗା, ବୁକେଶିଙ୍ଗା, ଡିଆଁଘାଟ, ସୁରୁଣ୍ଡି ଆଦି ୫ଗୋଟି ଗ୍ରାମର ୫ଶହ ଏକର ଚାଷଜମିକୁ ଖରିଫ ଚାଷପାଇଁ ପାଣି ଛଡାଯାଇଛି ।

hiring

ଚାଷୀମାନେ ଧାନ ତଳି ପକାଇବା, ପହ୍ଲା ରୋଇବାପାଇଁ ବର୍ତ୍ତମାନ ପାଣିର ଆବଶ୍ୟକତା ଦୃଷ୍ଟିରୁ ବିଭାଗ ପକ୍ଷରୁ ଆଗୁଆ ଚାଷୀମାନଙ୍କୁ ପାଣି ଯୋଗାଇ ଦିଆଯାଇଛି । ବୌଦ୍ଧ କ୍ଷୁଦ୍ରଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ଗୁରୁପ୍ରସାଦ ପୃଷ୍ଟି, ସହକାରୀ ଯନ୍ତ୍ରୀ ଇଂ ତୁଷାର ଭୂଷଣ ମହାପାତ୍ର ପ୍ରମୁଖ ଶଗଡିଆ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବାସହ ଡ୍ୟାମରେ ପୂଜାଅର୍ଚ୍ଚନା କରାଯାଇ ଡ୍ୟାମରୁ ଗେଟ୍ ଖୋଲାଯାଇ ପାଣି ଛଡାଯାଇଥିଲା । ଚଳିତବର୍ଷ ଖରିଫଚାଷ ପାଇଁ ଆଗୁଆ ଡ୍ୟାମରୁ ପାଣି ଯୋଗାଇ ଦେବାରୁ ଚାଷୀମାନେ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine − six =