ଜନହାପଙ୍କ,୯/୭: ବୌଦ୍ଧ ସୋନପୁର ଜାତୀୟ ରାଜପଥ ୫୭ର ସିଙ୍ଗାରୀ ଛକଠାରୁ ଜୁରମୁଣ୍ଡା ଯାଇଥିବା ପିଏମ ଜି ଏସ ୱାଇ ରାସ୍ତାରୁ ତେନ୍ତୁଳିପଦର ଗାଁକୁ ଯାଇଥିବା ରାସ୍ତା ଶୋଚନୀୟ ହୋଇପଡିଛି । ଅସରାଏ ବର୍ଷାହେଲେ ରାସ୍ତା କାଦୁଅମୟ ହେଉଥିବାରୁ ସାଇକେଲ ଯିବା ଦୁରରକଥା ଚାଲିକିଯିବା ସମ୍ଭବ ହେଉନାହିଁ । ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପଂଚାୟତକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଦେଉଥିଲେ ହେଁ ସରପଞ୍ଚ ନିଜକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।