ପୁଣି ବଢିଲା ସୁନା ଦର , ଜାଣନ୍ତୁ  ରୂପା ଦର କେତେ

0 58

ନୂଆଦିଲ୍ଲୀ-ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ । ପ୍ରତି ଦିନ ଦର ବୃଦ୍ଧି ପାଇ ଏବେ ସୁନା ୧ଲକ୍ଷ ୬୦ହଜାର ପାର କରିଲାଣି । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୨ହଜାର ୪୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୬୧ହଜାର ୯୩୦ଟଙ୍କା ରହିଥିଲା ।

hiring

ସେହପିରି ୨୨କ୍ୟାରେଟ୍‌ ସୁନାର ୧୦ଗ୍ରାମ୍‌ ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି । ଆଜି ୧ଲକ୍ଷ ୪୮ହଜାର ୫୫୦ ଟଙ୍କାରେ ପହଞ୍ଚିଛି ୨୨କ୍ୟାରେଟ ସୁନାର ଦାମ୍‌ । ଗତକାଲି ଏହା ୧ଲକ୍ଷ ୪୮ହଜାର ୪୫୦ଟଙ୍କା ରହିଥିଲା । ଅନ୍ୟପଟେ ରୂପା ଦର ଅପରିବର୍ତ୍ତିତ ରହିଛି । ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୮୫ହଜାର ଟଙ୍କା ରହିଛି । ସୁନା ଓ ରୂପା ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିବାହ ପାଇଁ ସୁନା କିଣୁଥିବା ଗ୍ରାହକମାନଙ୍କୁ ଏହି ଦର ବେଶ ବାଧୁଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

two × 1 =