ଶିଶୁଙ୍କୁ ଦିଆଯାଇଛି ପୋକା ଛତୁଆ ଓ ପଚା ଅଣ୍ଡା !, ଅଭିଯୋଗ କଲେ ଅଭିଭାବକ

0 806

ଦଶପଲ୍ଲା : କୋମଳମତି ଶିଶୁଙ୍କ ଖାଦ୍ୟରେ ପୋକ । ପଚା ଅଣ୍ଡା ସାଙ୍ଗକୁ ପୋକଡା ଛତୁଆ ଦିଆଯାଉଛି ଶିଶୁଙ୍କୁ । ଅଙ୍ଗନବାଡି ଶିଶୁଙ୍କୁ ଦିଆଯାଉଛି ଏଭଳି ନିମ୍ନମାନର ଖାଦ୍ୟ । କୋମଳମତି ଶିଶୁଙ୍କ ସ୍ୱାସ୍ଥ୍ୟ ସହିତ ଚାଲିଛି ଖେଳ । ପଚା ଅଣ୍ଡା ଧରି ସିଡିପିଓଙ୍କ ଦ୍ୱାରସ୍ଥ ହେଲେ ଅଭିବାବକ ।
ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଦଶପଲ୍ଲା ଅଂଚଳରୁ । ବ୍ଲକର ଗୋଡ଼ିବିଡା ଅଙ୍ଗନବାଡି କେନ୍ଦ୍ରରେ କୋମଳମତି ଶିଶୁ ମାନଙ୍କୁ ପଚା ଅଣ୍ଡା ଓ ପୋକଡା ଛତୁଆ ମିଳୁଥିବା ଅଭିଯୋଗ ହେଉଛି । ଟିକିଏ ଭଲ କରି ଦେଖିନିଅନ୍ତୁ ଏହି ପଚା ଅଣ୍ଡାର ଦୃଶ୍ୟକୁ । ଗ୍ରାମର ମାଗୁଣି ଭୋଇଙ୍କ ନାତି, ନାତୁଣୀ ଆଜି ଅଙ୍ଗନବାଡି କେନ୍ଦ୍ରରୁ ଅଣ୍ଡା ଧରି ଘରକୁ ଆସିଥିଲେ । ଖାଇବା ପାଇଁ ଅଣ୍ଡାକୁ ଭାଙ୍ଗିବା ବେଳକୁ ଅଣ୍ଡାଗୁଡିକ ଭିତରେ ପଚି ଯାଇଥିଲା । ଯାହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଅଙ୍ଗନବାଡି ଶିଶୁଙ୍କୁ ମିଳିଥିବା ଛତୁଆ ଗୁଡିକ ଫିମ୍ପି ମାରି ପୋକଡା ହୋଇଯାଇଥିଲା । ଛତୁଆ ପ୍ୟାକେଟରେ ପ୍ରସ୍ତୁତ ତାରିଖ ୨୬-୩-୨୩ ରହିଥିବା ବେଳେ ଏହାର ଏକ୍ସପାରି ତାରିଖ ମଧ୍ୟ ଲେଖା ଯାଇନାହିଁ । ଛତୁଆର ବ୍ୟବହାର ସମୟ ସୀମା କେତେ ଦିନ ତାହା ମଧ୍ୟ ଶିଶୁ ବିକାଶ ବିଭାଗର କର୍ମଚାରୀ କହି ପାରୁନାହାନ୍ତି । ପଚା ଅଣ୍ଡା ଓ ପୋକଡା ଛତୁଆ ଧରି ଅଭିବାବକ ମାନେ ଦଶପଲ୍ଲା ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସିଡିପିଓ କାର୍ଯ୍ୟାଳୟରେ ନଥିବା ଅଭିବାବକ ମାନେ ଅଧିକାରୀଙ୍କୁ ଦେଖା କରିନପାରି ଫେରିବାକୁ ପଡିଥିଲା । ଯାହାକୁ ନେଇ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିଥିଲେ । କୋମଳମତି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସହିତ ମହିଳା ଓ ଶିଶୁ ବିକାଶ ବିଭାଗ ଖେଳ ଖେଳୁଛି ବୋଲି ଅଭିବାବକମାନେ ଅଭିଯୋଗ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରରୁ ଶିଶୁ ମାନଙ୍କୁ ଏଭଳି ପୋକଡା ଖାଦ୍ୟ ବାରମ୍ବାର ମିଳୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବିଭାଗୀୟ କର୍ମଚାରୀ ଖାଦ୍ୟର ମାନ ନିର୍ଣ୍ଣୟ ନକରି କୋମଳମତି ଶିଶୁ ମାନଙ୍କୁ ବିପଦ ମୁଖକୁ ଠେଲିଦେଉଛନ୍ତି ବୋଲି ଅଭିବାବକ ଅଭିଯୋଗ କରିଛନ୍ତି ।
ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆଗାମୀ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଦଶପଲ୍ଲା ସିଡିପିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥିଲେ । ତେବେ କୋମଳମତି ଶିଶୁଙ୍କ ସ୍ୱାସ୍ଥ୍ୟ ସହିତ ଏଭଳି ଖେଳ ଖେଳାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଭିବାବକ ମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × three =