ଟାଟା ପାଇଁ ହଟହଟା କତିଙ୍ଗିଆ ପଞ୍ଚାୟତର ବାସିନ୍ଦା, ବିଦ୍ୟୁତ ସରବରାହ ବନ୍ଦ ଯୋଗୁ କାର୍ଯ୍ୟାଳୟ ଘେରାଉ

0 77

ଘୁ.ଉଦୟଗିରି: ସ୍ଥାନୀୟ ସମିତି ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ୧୩ ଗୋଟି ଗ୍ରାମର ସହ ସହ ମହିଳା ପୁରୁଷ ଆଜି ଘୁ.ଉଦୟଗିରି ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଜଙ୍ଗଲ ପାହାଡ଼ ପର୍ବତ ଘେରା ମଧ୍ୟରେ ଥିବା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଚାରିପାଖରେ ଘଞ୍ଚ ଜଙ୍ଗଲ ଭରି ରହିଥିବା ବେଳେ ସେହି ଗ୍ରାମର ଜନସାଧାରଣ ଅନେକ ସମୟରେ ବିଭିନ୍ନ ସରକାରୀ ଯୋଜନା ବା ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଯେପରି ଆଜି କତିଙ୍ଗିଆ ପଞ୍ଚାୟତ ବାସି ସମ୍ମୁଖୀନ ହୋଇଥିବା ସମସ୍ୟା ତଥା ଦୀର୍ଘ ୨ ଦିନ ହେବ କତିଙ୍ଗିଆ,ଟିଆଙ୍ଗିଆ, ମଣ୍ଡାସରୁ, ଲାବୁରି, କଲାନାଯୁ, ବୁଡେଡିପାଡ଼ା, କଲାନାଯୁ, ସୁଧିପଦା, ରିସି ଗୁଡା, ଡାମିଗୁଡ଼ା, ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିଥିବା ବେଳେ ସୀପାଏଯୁ, ମାଜୁମାହା, କିଲାପାଙ୍ଗା ଗ୍ରାମ ୩ ଦିନ ହେଲାଣି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଅଭିଯୋଗ ନେଇ ସମ୍ପୂର୍ଣ ପଞ୍ଚାୟତର ଶହ ଶହ ମହିଳା ପୁରୁଷ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଘେରିବା ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ବେହେରାଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଅତ୍ୟଧିକ ଜନଗହଳିକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପୋଲିସ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ସ୍ଥାନୀୟ ଥାନା ଅଧିକାରୀ ଅଜୟକୁମାର ସ୍ୱାଇଁ, ସେକେଣ୍ଡ ଅଫିସର ଅନନ୍ତକୁମାର ପ୍ରଧାନ ନିଜ କର୍ମଚାରୀଙ୍କ ସହ ପହଞ୍ଚି ବିଦ୍ୟୁତ୍‌ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଥିଲା ଯେ ଗତ ୨/୩ ଦିନ ହେବ ୧୩ଟି ଗ୍ରାମକୁ ବିଦ୍ୟୁତ୍‌ ବିଚ୍ଛିନ୍ନ ରହିଛି । ଯାହା ଫଳରେ ମୋବାଇଲ ନେଟୱାର୍କ ସମସ୍ୟା ହେବାସହ ଆମ୍ବୁଲାନ୍ସ ସେବା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବହୁ ସମୟ ଆଲୋଚନା ପରେ ବିଦ୍ୟୁତ୍‌ ଅଧିକାରୀ ସମସ୍ୟାର ସମାଧାନ କରାଯିବା ସହ ବିଦ୍ୟୁତ୍‌ ସରବରାହ ସାମାନ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ କାର୍ଯ୍ୟାଳୟରୁ ଫେରିଥିଲେ । ଏହି ଘେରାଉ ବେଳେ କତିଙ୍ଗିଆ ସମିତି ସଭ୍ୟା ଲଳିତା ପ୍ରଧାନ, ନାଏବ ସରପଞ୍ଚ ସନାତନ ପ୍ରଧାନ, ସାମନ୍ତ ଦିଗାଲ, ଅଭିଷେକ ନାୟକ, ଗଜରାଜ ପ୍ରଧାନ, ଗୋପାଳ ନାୟକ,ହନକ ଦିଗାଲ, ପିଙ୍କୁ ନାୟକ, ଉସୀୟ ନାୟକ, ରାମକୃଷ୍ଣ ପ୍ରଧାନ, ବାଜି ନାୟକ,ଶିବ ପ୍ରସାଦ ପ୍ରଧାନ ଓ ଅନ୍ୟ ଗ୍ରାମବାସୀ ଉପସ୍ଥିତ ରହିବା ସହ ସମସ୍ୟାର ସମାଧାନ ନହେଲେ ସମସ୍ତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

17 + 15 =