ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗ;ଦାରିଙ୍ଗବାଡିରୁ କଲରାପତରିଆ ବାଘଛାଲ ଜବତ,ଜଣେ ଗିରଫ

0 382

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧:୩୦ମିନିଟରେ ଏସଟିଏଫ୍‌ ଓ ବନବିଭାଗର ଚଢାଉ କରି ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଟିଏଫ୍‌ ଓ ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମର ବିପିନ ନାୟକ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ପାଙ୍ଗାଲି ଅଞ୍ଚଳରୁ ଡବେରୀ ଗ୍ରାମ ନିକଟରେ କଲରା ପତରିଆ ବାଘ ଛାଲ ବିକ୍ରି କରିବା ପାଇଁ ଯୋଜନା ହେଉଥିବା ନେଇ ଏସ.ଟି.ଏଫ ଓ ବନ ବିଭାଗ ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ସୂଚନା ପ୍ରକାରେ ଏସ.ଟି.ଏଫ୍‌ ଓ ବନବିଭାଗର କର୍ମଚାରୀ ମାନେ ବ୍ୟବସାୟୀ ବେଶରେ ଯାଇ ମୁଳଚାଲ କରିଥିଲେ । ଏକ ଲକ୍ଷ ଟଙ୍କାରେ ବାଘ ଛାଲ ବିଲ୍‌ ହେବାପରେ ମାଡି ବସିଥିଲା ମିଳିତ ଏସଟିଏଫ୍‌ ଓ ବନବିଭାଗ୍‌ ସ୍ୱତନ୍ତ୍ର ଟିମ୍‌ । ଜବତ ହୋଇଥିବା କଲରା ପତରିଆ ବାଘ ଛାଲଟିର ଲମ୍ବ ସାଢେ ୭ଫୁଟ ରହିଥିବା ବେଳେ ଅନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରିବା ସହିତ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ ଜାରି ରହିଥିବା ବାଲିଗୁଡା ଏ.ସି.ଏଫ ଡକ୍ଟର ରୁଦ୍ର ପ୍ରସାଦ ରଥ ପ୍ରକାଶ କରିଛନ୍ତି । ବନବିଭାଗର ଏହି ସ୍ୱତନ୍ତ୍ର ଟିମକୁ ଏସିଓଏଫ୍‌ ଡ.ରୂଦ୍ରପ୍ରସାଦ ରଥ ପରିଚାଳନା କରୁଥିଲେ ଏବଂ ତାଙ୍କ ସହ ଦାରିଙ୍ଗବାଡି ରେଞ୍ଜର ସତିସ୍‌ କୁମାର ଧାରୁଆ, ଦାରିଙ୍ଗବାଡି ଫରେଷ୍ଟର ପ୍ରସନ୍ନ କୁମାର ପାତ୍ର,ସିମନବାଡ଼ି ଫରେଷ୍ଟର ରବି ମୋହନ ନାୟକ,ଦାରିଙ୍ଗିବାଡ଼ି ଫରେଷ୍ଟ ଗାର୍ଡ ବିଜୟାନନ୍ଦ ସେଠୀଙ୍କ ସମେତ ୧୦ ଜଣ ସ୍କ୍ୱାର୍ଡ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

15 + five =