ଆନନ୍ଦବଜାର ଭିତରେ ଶୃଙ୍ଖଳା ପାଇଁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଶ୍ରୀମନ୍ଦିର ପ୍ରଶାସନ

0 90

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆନନ୍ଦବଜାର ଭିତରେ ଶୃଙ୍ଖଳା ଆଣିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବାବେଳେ ଆଜିଠାରୁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୨ ଟି ସିଫ୍ଟରେ ଏହି କର୍ମଚାରୀ ମାନେ ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ମହାପ୍ରସାଦ ବିକ୍ରି ସହ ପଲଥିନ ଓ ବାସି ଅଭଡ଼ା ବିକ୍ରି ଉପରେ କଡା ନଜର ରଖିବେ । ସୁଆର ମହାସୁଆର ସେବକଙ୍କ ବ୍ୟତୀତ ଅନ୍ୟ ଅଣସୁପକାର ସେବକ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରିବା ଉପରେ ଏହି କର୍ମଚାରୀ ମାନେ ନଜର ରଖିବା ସହ ଆନନ୍ଦ ବଜାରର ସୁରକ୍ଷା ଓ ସଂସ୍କାର ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ । ତେବେ ଏହି କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ସେବାୟତ ମହଲରେ ମିଶ୍ରିତ ପତିକ୍ରିୟା ପ୍ରକାଶ ପାଇଥିବା ଜଣାପଡିଛି ।
ସକାଳ ୬ ଟାରୁ ୨ଟା ଓ ଦିନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସିଫ୍ଟରେ ଏହି କର୍ମଚାରୀ ମାନେ କାର୍ଯ୍ୟ କରିବେ । ଆନନ୍ଦ ବଜାର ରେ ଶୃଙ୍ଖଳିତ ଭାବେ ଭକ୍ତ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୃତୀୟ ପକ୍ଷ ଜରିଆରେ ୨୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ସେମାନଙ୍କ ସ୍ୱତ୍ରନ୍ତ୍ର ଡ୍ରେସ କୋଡ଼ ସହ ଆଇକାର୍ଡ ମଧ୍ୟ ପ୍ରଦାନ କରାଯିବାକୁକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଶ୍ରୀମନ୍ଦିରରେ ଏହି ନିଯୁକ୍ତି ପାଇ ନିଜକୁ ଧନ୍ୟମନେ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବରୁ ନିୟୋଜିତ ଥିବା ୩୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗତକାଲି ନିବୃତ୍ତ କରାଯାଇଥିବାବେଳେ ଆଜି ତୃତୀୟ ପକ୍ଷ ଦ୍ୱାରା ୨୦ ଜଣଙ୍କୁ ନିଯୁକ୍ତି କେତେ ଯୁକ୍ତିଯୁକ୍ତ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

3 × 3 =