କୋଭିଡ୍‌ ପରିଚାଳନାରେ ତୃଟି ନେଇ ଶାସକ ଦଳ ବିଧାୟକଙ୍କ ବିଷୋଦଗାର

0 68

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ନେଇ ବିରୋଧୀ ସବୁବେଳେ ଅଭିଯୋଗ ଆଣୁଥିବା ବେଳେ ଆଜି ଶାସକ ଦଳର ବିଧାୟକ ଉମାକାନ୍ତ ସାମନ୍ତରାୟ ବିଷୋଦଗାର କରିଛନ୍ତି । ଶ୍ରୀ ସାମନ୍ତରାୟ କୋଭିଡ୍‌ ପରିଚାଳନାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ ବୋଲି ସ୍ୱୀକାର କରିବା ସହିତ କୋଭିଡ୍‌ ପରିଚାଳନାର ବିଫଳତା ନେଇ ଅନେକ କଥା ବଖାଣିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ମେଡ଼ିକାଲଗୁଡ଼ିକରେ ଯେତିକି ବେଡ୍‌ ଅଛି, ତା’ଠାରୁ ଅଧିକ ରୋଗୀ ଆସୁଛନ୍ତି । ଯେଉଁ ହାରରେ ରୋଗୀ ବଢ଼ୁଛନ୍ତି ସେଥିପାଇଁ ଅନେକ ପରିମାଣରେ ଆଇସିୟୁ ଦରକାର । ମେଡ଼ିକାଲ ସଂଖ୍ୟାକି ବଢ଼ାଇବାର ଯଥେଷ୍ଟ ଆବଶ୍ୟକତା ଅଛି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଏବେ ଅଣକୋଭିଡ୍‌ ରୋଗୀମାନଙ୍କୁ ମେଡ଼ିକାଲ୍‌ ଗଲେ ଚିକିତ୍ସା ସୁବିଧା ମିଳୁନାହିଁ । ବିଧାନସଭାରେ ଏ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ସେ ଦୃଷ୍ଟି ଆକର୍ଷଣ କରିବେ । ଶାସକ ଦଳର ବିଧାୟକଙ୍କ ଏଭଳି ପ୍ରତିକ୍ରିୟା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଯାହା ସତ ତାହା ଉମା କହିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − ten =