ଦାରିଙ୍ଗବାଡ଼ିକୁ କଣ୍ଟେନମେଣ୍ଟ ଜୋନଘୋଷଣା କଲେ ଜିଲ୍ଲାପାଳ

0 146

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲାପାଳ ଡଃ, ବୃନ୍ଦା ଡି ଦାରିଙ୍ଗବାଡି କୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି। ଦାରିଙ୍ଗବାଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ତୁଡୁକିବାଡ଼ି ,ରୁକାନ ବାଡ଼ି ,ବଜାର ସାହି, ଲଦ ପାଙ୍ଗା, ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବାଉଁଶ ବ୍ୟାରିକେଟ ଦ୍ୱାରା ବନ୍ଦ କରାଯାଇଛି l ଏଥିସହିତ ଡବେରୀ ଚେକ ନାକା ସହିତ ପରମପାଙ୍ଗା, ଗ୍ରୀନବାଡ଼ି ଓ ସାରିଙ୍ଗିଇର୍ପି ଅଞ୍ଚଳକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି l କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକରୁ କାହାରିକୁ ବାହାରକୁ ନଯିବା ଏବଂ ବାହାରୁ କୌଣସି ଲୋକ କଣ୍ଟେନମେଣ୍ଟ ଜୋ ନ ମଧ୍ୟକୁ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି l ସେହିପରି ବଫର ଜୋନ ଘୋଷିତ ହୋଇଥିବା ଅଞ୍ଚଳରେ ମଧ୍ୟ ବ୍ୟାରିକେଟ କରାଯାଇଥିବା ବେଳେ କେବଳ ମେଡିକାଲ କୁ ଯିବା ପରିସ୍ଥିତି ରେ ହିଁ ଯିବା ଆସିବା ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି l ସେହିଭଳି କଣ୍ଟେନମେଣ୍ଟ ଜୋ ନ ମଧ୍ୟରେ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ ନାହିଁ କିମ୍ବା କୌଣସି ସ୍ଥାନରେ ଲୋକେ ଏକତ୍ରିତ ହୋଇ ପାରିବେ ନାହିଁ l ସେହିପରି ଉକ୍ତ ସମସ୍ତ ଅଞ୍ଚଳର ସମସ୍ତ ଲୋକଙ୍କ ସ୍କ୍ରିନିଂ କରିବା ସହିତ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି l ଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଥିବା ବେଳେ ଥାନାଅଧିକାରୀ କୌଶକି ମାଝୀ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ ଅଞ୍ଚଳରେ ପାଟ୍ରୋଲିଂ କୁ କଡ଼ାକଡ଼ି କରିବା ସହ ବ୍ୟାରିକେଟ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରିଛନ୍ତି l

hiranchal ad1
Leave A Reply

Your email address will not be published.

one + two =