ବୌଦ୍ଧ/ହରଭଙ୍ଗା୧୮/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗୁରୁବାର ଦିନ ବ୍ଲକ କାଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ହରଭଙ୍ଗାବ୍ଲକ ଚେୟାରମେନ୍ ବିଶ୍ବଜିତ୍ ମିଶ୍ର, ବ୍ଲକ ଉପାଧକ୍ଷ ରଶ୍ମିତା ମହାକୁଡ, ବୌଦ୍ଧଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ, ବିଡିଓ ନୀଳକଣ୍ଠ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭୋଳାନାଥ ନାଏକ,ଉପଖଣ୍ଡ ଅଧୀକାରୀ ନରେଶ୍ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମକୁ ହରଭଙ୍ଗାବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ମହାନ୍ତି ପରିଚାଳନା କରିଥିଲେ। ଏଥିରେ ମୋଟ୍ ୪୨୭ ଜଣ ଅଂଶଗ୍ରହଣ କରିଥିବାବେଳେ ୨୭୬ଜଣଙ୍କର ନାମ ପଂଜିକରଣ କରାଯାଇଥିଲା। ୧୨ ଜଣଙ୍କୁ ତିନିଚକିଆ ସାଇକେଲ,୩ ଜଣଙ୍କୁ ଶ୍ରବଣ ଯନ୍ତ୍ର,୩ଜଣ କୁ ଆଶାବାଡି, ଓ ୫ଜଣଙ୍କୁ ହୁଇଲ୍ ଚେୟାର୍ ପ୍ରଦାନ୍ କରାଯାଇଥିବା ଜଣାପଡିଛି ।