ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ

0 582

ବୌଦ୍ଧ/ବାଉଁଶୁଣୀ,୭/୪- ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ୱାର୍ଡ 7 ଓ 8 ଟିକିରାପଡା ଗ୍ରାମରେ ଥିବା ସୌରଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବାରମ୍ବାର ଅଚଳ ହୋଇପଡୁଛି । ପୂର୍ବରୁ ସେପ୍ଟେମ୍ବର ମାସରେ ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା । କିଛି ଦିନ ପରେ ରାୟପୁରରୁ ନୂତନ ମଟର ଆଣି ଲଗାଯାଇଥିଲା । 7 ମାସ ବ୍ୟବଧାନରେ ପୁଣି ସେହି ମଟରରୁ ଦିନକୁ ଏକ ଘଣ୍ଟା ପାଣି ଆସୁଛି । ଜିଲ୍ଲାରେ 43 ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ବାରମ୍ବାର ବାଉଁଶୁଣୀ ଅଞ୍ଚଳର ପାନୀୟ ଜଳ ସମସ୍ୟା ଲାଗିରହିଛି । ରୋଷେଇ ଓ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଲୋକେ ବହୁ ଦୂରରୁ ପାଣି ଆଣିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଲୋକମାନେ ପ୍ରକଳ୍ପକୁ ଭଲ ଭାବରେ ବ୍ୟବହାର କରି ଜାଣୁ ନାହାନ୍ତି ବୋଲି ବାଉଁଶୁଣୀ ନିର୍ବାହୀ ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନ କହିଛନ୍ତି । ସେହିପରି ବାଉଁଶୁଣୀ ପଞ୍ଚାୟତ ଗଡଭିତର ଗ୍ରାମରେ ସୌରଶକ୍ତି ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଅଛି ହେଲେ ଅନେକ ବର୍ଷ ହେବ ତାହା ବନ୍ଦ ହୋଇ ପଡ଼ିରହିଛି । ତୁରନ୍ତ ଏହି ପ୍ରକଳ୍ପକୁ ସଚଳ କରିବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି । ଏହି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ ନ ହେଲେ ଉଭୟ ଗ୍ରାମର ଲୋକମାନେ ପଞ୍ଚାୟତ ଅଫିସ୍ ଘେରାଉ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 3 =