ଶିବରାତ୍ରୀ ବନ୍ଦ ହେବା ପରେ ଦଣ୍ଡ ଯାତ୍ରାକୁ ନେଇ ଆଶଙ୍କା !

0 2,263

hiring

ବୌଦ୍ଧ,୧୫/୩- କୋରନା ପ୍ରାଦୁର୍ଭାବ ଯୋଗୁଁ ଗତବର୍ଷ ଦଣ୍ଡଯାତ୍ରାକୁ ପ୍ରଶାସନ ବନ୍ଦ କରାଇଥିଲା l ଚଳିତବର୍ଷ ପ୍ରଶାସନ ଶିବରାତ୍ରୀ ଜାଗର ଯାତ୍ରା ବନ୍ଦ ରଖିଥିବାରୁ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ କି ନାହିଁ ତାକୁ ନେଇ ଆଶଙ୍କା ଭିତରେ ଗତି କରୁଛନ୍ତି ଦଣ୍ଡ ଯାତ୍ରାର ପରିଚାଳକ, ସେବାୟତ ଓ ଭକ୍ତ ମଣ୍ଡଳୀ l ଆଜି ଗଣମାଧ୍ୟମ ଗୁଡିକରେ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ବୋଲି ପ୍ରଚାରିତ ହେବା ପରେ ସେ ନେଇ ବୌଦ୍ଧ ଜିଲ୍ଲାରେ ମଧ୍ୟ ଦଣ୍ଡ ଯାତ୍ରାର ଉଦ୍ୟୋକ୍ତା ମାନଂକ ମଧ୍ୟରେ ଆଶାର ସଞ୍ଚାର ହୋଇଛି | ସ୍ଥାନୀୟ କଳାକାର ମାନଂକୁ ନେଇ କୋଭିଡ ଆଚରଣବିଧି ମାନି ଦଣ୍ଡଯାତ୍ରା କରାଯିବାକୁ ଗଞ୍ଜାମ ଜିଲ୍ଲାପାଳ ଗତ 12. 3. 2021 ରିଖରେ ଆଦେଶ ଦେଇଛନ୍ତି l ସେହିପରି ବୌଦ୍ଧ ଜିଲ୍ଲା ପ୍ରଶାସନ ମଧ୍ୟ ଦଣ୍ଡ ଯାତ୍ରା ଆୟୋଜନକୁ ଅନୁମତି ଦେବେ ବୋଲି ଜନସାଧାରଣରେ ଆଶାବ୍ୟକ୍ତ କରାଯାଉଛି l

hiranchal ad1
Leave A Reply

Your email address will not be published.

twenty + 1 =