ଭିସୁଟରେ ପୁଣି ୩ଜଣ ପଜିଟିଭ ଚିହ୍ନଟ

0 108

ସମ୍ବଲପୁର : ଭିସୁଟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବର୍ତ୍ତମାନ ସତରେ ପରିଣତ ହେଉଛି ଓ ଆଜିର ତିନି ଜଣ ପଜିଟିଭ ଚିହ୍ନଟ ସହିତ ସେଠାରେ ମୋଟସଂଖ୍ୟା ୧୪ରେ ପହଞ୍ଚିଛି ଓ ସମଗ୍ର ସମ୍ବଲପୁର ଜିଲ୍ଲାରେ ଏହା ୧୦୮ ହୋଇଛି । ସେମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଗଲେଣି ଓ ବାକି ୫୮ଜଣଙ୍କର ଚିକିତ୍ସା ଅବ୍ୟାହତ ରହିଛି । ଏ ବିଷୟରେ ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇ ଥିବା ତିନିଜଣଯାକ ପୁରୁଷ ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ପ୍ରତ୍ୟେକ ୫୦ବର୍ଷ ତଥା ତୃତୀୟ ବ୍ୟକ୍ତିର ବୟସ ୩୪ବର୍ଷ ରହିଛି । ପ୍ରଥମ ଦୁଇଜଣ ଭିସୁଟ ରେ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇ ଥିବା ବେଳେ ତୃତୀୟ ଜଣକ ଅମ୍ଫନ ବାତ୍ୟା ଡ୍ୟୁଟି ପାଇଁ କଲିକତା ଯାଇଥିଲେ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ କାହାରି ଦେହରେ କରୋନାର କୌଣସି ଲକ୍ଷଣ ଦୃଷ୍ଟିକୁ ଆସି ନ ଥିଲେ ମଧ୍ୟ ସ୍ୱାବ ପରୀକ୍ଷାରେ ସେମାନେ ପଜିଟିଭ ଚିହ୍ନଟ ହୋଇ ବର୍ତ୍ତମାନ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 3 =