ବାଇକ ଡିକି ଭାଙ୍ଗି ଲକ୍ଷେ ଟଂକା ଲୁଟି ନେଲେ ଦୁର୍ବୃତ୍ତ

0 3,125

hiring

ବୌଦ୍ଧ,୬/୪ – ବ୍ୟାଙ୍କରୁ ଲକ୍ଷେ ଟଂକା ଉଠାଣ କରି ବାଇକ ଡିକିରେ ରଖି ବୁଟୁପାଲିର ଏକ ଲସି ଦୋକାନକୁ ଲସି ପିଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଗୁଦୁରାବେଣୀ ଗ୍ରାମର ସନ୍ତୋଷ ପ୍ରଧାନ ଗତକାଲି ଅପରାନ୍ହରେ ବୌଦ୍ଧ ୟୂନିୟନ ବ୍ୟାଙ୍କ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଣ କରି ବାଇକ ଡିକିରେ ରଖି ଘରକୁ ଫେରୁଥିଲେ l ବୌଦ୍ଧ ସହର ବୁଟୁପାଲିର ଜାତୀୟ ରାଜପଥ ନମ୍ବର 57ର କଡରେ ଥିବା ଗୋଟିଏ ଦୋକାନକୁ ବାଇକ ସାମ୍ନାରେ ରଖି ଲସି ପିଇବା ପାଇଁ ତାଙ୍କ ଜଣେ ସଂପର୍କୀୟଙ୍କ ସହ ଯାଇଥିଲେ l ତାଙ୍କୁ ପିଛା କରି ହେଲମେଟ ପିନ୍ଧିଥିବା ଦୁଇ ଜଣ ଯୁବକ ଆସି ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ସହ ପାସବୁକ୍, ଚେକ୍ ବୁକ୍ ଓ ଭୋଟର ପରିଚୟ ପତ୍ର ଆଦି ଧରି ଚମ୍ପଟ୍ ମାରିଥିଲେ l ଏ ସମ୍ପର୍କରେ ବୌଦ୍ଧ ଆଦର୍ଶ ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

8 + eleven =