ଜହ୍ନାପଙ୍କ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ

0 185


ବୌଦ୍ଧ/ ଜହ୍ନାପଙ୍କ,୧୫/୦୩- ବୌଦ୍ଧ ବ୍ଳକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସୋମବାର ମୋ ସ୍କୁଲ ଅଭିଯାନର ରିଲେସନ୍ସିପ ଅଫିସର ତନ୍ମୟା ଦାଶ ଓ ଏସ ସି ଇ ଆର ଟି ର ସହ-ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରଥ  ପରିଦର୍ଶନରେ ଆସି ଆଲୁମିନି କମିଟିର ସଭ୍ୟ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।ଏ ଅବସରରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଚାନ୍ଦ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଲୁମିନି କମିଟିର ସଭ୍ୟ ଶମ୍ଭୁ ଗିରି ପାଣ୍ଠି ବିନିଯୋଗ ଉପରେ ସୂଚନା ଦେଇ ୪୬୭ ଆଲୁମିନି ସଭ୍ୟଙ୍କ ଠାରୁ ମୋଟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ସରକାରଙ୍କ ଠାରୁ ୪ ଲକ୍ଷ ୬୦ ହଜାର ଅନୁଦାନ ମିଳି ସର୍ଵମୋଟ ୬ ଲକ୍ଷ ୯୦ ହଜାର ଟଙ୍କାର ଖର୍ଚ୍ଚ ଯଥା ଛାତ୍ରଛାତ୍ରୀଙ୍କ ପାଇଁ ଡାଇନିଙ୍ଗ ହଲ, ସାଇକେଲ ଷ୍ଟାଣ୍ଡ, ସୁବର୍ଣ୍ଣ ଜୟନ୍ତୀ ମଣ୍ଡପ, ବାଳକ ଶୌଚାଳୟ, ଶିକ୍ଷକ ଵିଶ୍ରାମଗାର ଟେବୁଲ, ଇନ୍ଭଟର ବାବଦରେ ଖର୍ଚ୍ଚ ହୋଇଥିବା କହିଥିଲେ। ଆଲୁମିନି କମିଟିର ସଦସ୍ୟ ମାନେ ନିୟମିତ ବିଦ୍ୟାଳୟ କୁ ଆସି ନୈତିକ ଶିକ୍ଷା, ତଥା ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ପ୍ରକାଶ କରିଥିଲେ।ଆଲୁମିନି କମିଟିର କୋଷାଧ୍ୟକ୍ଷ ତଥା ବୋୖଦ୍ଧ ବ୍ଳକ ଉପାଧ୍ୟକ୍ଷ ମନ ରଂଜନ ପୁରୋହିତ,ରାଜେନ୍ଦ୍ର ମେହେର ଲଷ୍ମୀପ୍ରସାଦ ସରପଞ୍ଚ ,ମୋହନ ସାହୁ,ପ୍ରାକ୍ତନ ପ୍ରଧାନଶିକ୍ଷକ କୃପାସିନ୍ଧୁ ପ୍ରଧାନ, ଶିକ୍ଷକ ଆଦିତ୍ୟ ପ୍ରଧାନ ଉପସ୍ଥିତ ରହି ସମୀକ୍ଷା ବୈଠକରେ ନିଜର ମତାମତ ଦେଇଥିଲେ। ଏହାପରେ ବିଭାଗୀୟ ଅଧିକାରୀମାନେ ମୋ ସ୍କୁଲ ଅଭିଯାନରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ମୋ ସ୍କୁଲ ଅଭିଯାନରେ ସଫଳତା ହାସଲ କରିଥିବା ରାଜ୍ୟର ଶ୍ରେଷ୍ଠ ସ୍କୁଲର ଆଲୁମିନି କମିଟିର ସଭ୍ୟ ସଭ୍ୟାଙ୍କୁ  ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶଂସା ପତ୍ର ପ୍ରଦାନ କରିବାର ଅଧିକାରୀ ମାନେ ପ୍ରକାଶ କରିଥିଲେ।ବୌଦ୍ଧ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =