ଦୁଇଟି ମାମଲାରେ 59 କେ.ଜି. ଗଂଜେଇ ଜବତ୍, ଜଣେ ଗିରଫ

0 69

hiring

ବୌଦ୍ଧ,୫୪ – ବୌଦ୍ଧ ଜିଲ୍ଲା ଗଂଜେଇ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି l ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ରେ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ପୋଲିସ୍, ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆ ମାନଙ୍କ ସହ ସମ୍ପର୍କ ଥିବାରୁ ଦିନ ଦ୍ବି ପ୍ରହରରେ ଅବାଧରେ ଚାଲାଣ ହେଉଥିବା ଅଭିଯୋଗ ହୁଏ | ଗତକାଲି ଅବକାରୀ ବିଭାଗର କର୍ମଚାରୀ ମାନେ ବୌଦ୍ଧ ବ୍ଲକ୍ ଆମ୍ବଝରୀ ପଂଚାୟତ ଟାଙ୍ଗର ପାଲି ଗ୍ରାମ ନିକଟରେ ଚାଲାଣ ହେଉଥିବା ବେଳେ 65 କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଥିବା ଜଣା ପଡିଛି l ଆଶ୍ଚର୍ଯ୍ୟର କଥା ଦୁଇ ଜଣ ଗଂଜେଇ ଚାଲାଣ କାରୀ ଗଂଜେଇ ଭର୍ତ୍ତି ବସ୍ତା ଫିଙ୍ଗି ଅବକାରୀ ବିଭାଗ କର୍ମଚାରୀଙ୍କୁ ଚକମା ଦେଇ ଫେରାର ମାରିଥିଲେ l ସେହିପରି ଅନ୍ୟ ଏକ ମାମଲାରେ କଣ୍ଟାମାଳ ଅବକାରୀ ପୋଲିସ୍ ବାଲନ୍ଦା ପଡା ଘାଟୀ ଦେଇ ତରଭା ଅଞ୍ଚଳକୁ ବାଇକ ଯୋଗେ ଚାଲାଣ ହେଉଥିବା 4 କିଲୋଗ୍ରାମ ଗଞ୍ଜେଇ ସହ ଗୋଟିଏ ବାଇକ ଓ. ଆର. 03 ଇ 9261 କୁ କୁମେଲବନ୍ଧ ନିକଟରୁ ଜବତ୍ କରିଛି | ଚୋରା ଚାଲାଣ କାରୀ ସୋନପୁର ଜିଲ୍ଲା ତରଭା ଥାନା ଦୁବୁଲା ଗ୍ରାମର ପ୍ରଦୀପ ସାହୁ (42) କୁ ଗିରଫ କରିଥିବା ଜଣା ପଡିଛି l ଯେତେ ପରିମାଣରେ କାର୍ଯ୍ୟାନୁଷ୍ଠାନ ହେଉଛି ତା ଠାରୁ ଅଧିକ ପରିମାଣର ଗଞ୍ଜେଇ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଯୋଗୁଁ ଅବକାରୀ ବିଭାଗ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

3 − 2 =