ଖୋଲୁନି ଜଳଛତ୍ର, ଖରାରେ ପିଇବା ପାଣି ପାଇଁ ହନ୍ତସନ୍ତ ପଥଚାରୀ

0 640

ବୌଦ୍ଧ/ବାଉଁଶୁଣୀ,୪/୪- ଅସହ୍ୟ ଖରା ଯୋଗୁଁ ଲୋକେ ହନ୍ତସନ୍ତ । ଦିନ 10ଟା ହୋଇଗଲେ ଘରୁ ବାହାରିବା କଷ୍ଟକର । ବଢ଼ି ବଢ଼ି ଯାଉଛି ତାତି । ଲୋକଙ୍କୁ କଲବଲ କରିପକାଉଛି ଖରା । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ଉପରେ ରହିଛି ।ରାସ୍ତା ଘାଟ ଶୁନଶାନ ହୋଇପଡୁଛି । ଅସହ୍ୟ ଖରା ହେଲାଣି ହେଲେ ବି ଆଜିପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ଖୋଲିନାହିଁ ଜଳଛତ୍ର । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଅଞ୍ଚଳ ଏକ ଜନଗହଳିପୂର୍ଣ୍ଣ ସ୍ଥାନ । ଏପରିକି ପ୍ରତ୍ୟେକ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ପ୍ରତିବର୍ଷ ଜଳଛତ୍ର ଖୋଲିବା ବାବଦରେ ଗ୍ରାମ ପଞ୍ଚାୟତ ଲକ୍ଷଲକ୍ଷ ଟଙ୍କାର ବ୍ୟୟ କରୁଥିବା ଭାଉଚର୍ କରୁଥିବା ବେଳେ ଜଳ ଛତ୍ର କୌଣସି ସ୍ଥାନରେ ଦେଖିବାକୁ ମିଳୁ ନାହିଁ | ପଥଚାରୀ ମାନେ ପିଇବା ପାଣି ପାଇଁ ମଧ୍ୟାନ୍ହ ସମୟରେ ଡହଳ ବିକଳ ହେଉଥିବା ବେଳେ ଗ୍ରାମ ପଞ୍ଚାୟତ କର୍ତୃପକ୍ଷ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୁଏ | ବାଉଁଶୁଣୀ ବଜାର ଉପରେ 10 ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଗ୍ରାମବାସୀ ନିର୍ଭର କରୁଛନ୍ତି l ଫଳରେ ବଜlରକୁ ଆସୁଥିବା ଲୋକମାନେ ପାଣି ବୁନ୍ଦାଏ ପାଇଁ ଡହଳବିକଳ ହୋଇପଡୁଛନ୍ତି । କେବଳ ବାଉଁଶୁଣୀ ନୁହେଁ ବରଂ ସମସ୍ତ ଗ୍ରାମ ପଞ୍ଚାୟତ କର୍ତୃପକ୍ଷ ତୁରନ୍ତ ଜଳଛତ୍ର ଖୋଲିବାକୁ ଜନସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

16 + 12 =