କନ୍ୟା ଯାତ୍ରୀ ବସ ଦୁର୍ଘଟଣା

0 414

ଫୁଲବାଣୀ,୨୦/୩- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡ଼ା ଘାଟିରେ କନ୍ୟାଯାତ୍ରି ବସ୍ ଗଛରେ ପିଟି ହେବା ଫଳରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ମା ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଦୂତିମେଣ୍ଡୀ ଗ୍ରାମପଞ୍ଚାୟତ ମଲିକସାହିରୁ କୁଯାମେଣ୍ଡି କନ୍ୟା ଛାଡ଼ିଯିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଏଭଳି ଘଟଣା ଘଟିଥିବାର ଜଣାପଡ଼ିଛି ।ବହୁତ୍ ଯାତ୍ରୀ ଆହତ ହୋଇଛନ୍ତି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ, ପୋଲିସ୍ ପହଞ୍ଚି ଆହତ ହୋଇଥିବା ଯାତ୍ରୀଙ୍କୁ ଖଜୁରୀ ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ସହ ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

hiranchal ad1
Leave A Reply

Your email address will not be published.

one × three =