ଗଜପତିରୁ ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

0 101

କାଶୀ ନଗର ବ୍ଲକ ଅଲଡା ପଂଚାୟତ ଅନ୍ତର୍ଗତ ବଳଭଦ୍ରା ଗ୍ରାମରେ ହେଲ୍ପପସ୍ବେଚ୍ଛାସେବୀ ଅନୁଷ୍ଠାନ ଅଙ୍ଗନବାଡି ଓ ଆସ କର୍ମୀ ଙ୍କ ସହଯୋଗ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ତଥା ଗ୍ରାମବାସୀମାନଙ୍କୁ କ ରୋନା ମୁକାବିଲା ସଚେତନତା କରାଯାଇ ମୁଖ୍ୟତଃ ସୂଚନା ଦିଆଗଲା ଯେ ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟିକରିଛି ତେଣୁ ଏଥି ନିମନ୍ତେ ଔଷଧ ପ୍ରତିଷେଧକ ଟୀକା କିମ୍ବା ଔଷଧ ବାହାରି ନାହିଁ ଏଣୁ ବ୍ୟସ୍ତ ହେବାର ନାହିଁ।ଗଜପତି ଜିଲ୍ଲା ସବୁଜ ସଙ୍କେତ ଜିଲ୍ଲାରେ ଅଛି।ଆମେମାନେ ନିଜେ କରୋନାକୁ ମୁକାବିଲା କରି ପାରିବା ଏଥିପାଇଁ ମୁଖ୍ୟତଃ ସାମାଜିକ ଦୂରତା ଏକ ମିଟର ବ୍ୟବଧାନ ରେ ରହିବା ମୁହଁରେ ମାସ୍କ ବାନ୍ଧିବା ବାହାରରୁ ଫେରି ଘରେ ପ୍ରବେଶ କଲେ 6ଟି ପଦ୍ଧତିରେ ସାବୁନରେ ବାରମ୍ବାର ହାତ ଧୋଇବା,ପାଣିକୁ 20 ମିନିଟ ପର୍ଯ୍ୟନ୍ତ ଫୁଟାଇ ପିଇବା ଏହା ଉପରେ ସଚେତନତା ସହ ହାତ ଧୋଇବା ର ପ୍ରକ୍ରିୟା ଶିଖାଇ ଦିଆ ଗଲା।ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାସ୍କ ସିଲେଇ କରି ଗ୍ରାମକୁ ସଂପୂର୍ଣ୍ଣ ମାସ୍କ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇ ସଚେତନତା କାର୍ଯ୍ୟକ୍ରମ ପରି ସମାପ୍ତି କରାଯାଇ ଥିଲା। କାର୍ଯ୍ୟକ୍ରମକୁ ହେଲ୍ପପ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଲିଙ୍ଗରାଜଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

hiranchal ad1
Leave A Reply

Your email address will not be published.

20 − 7 =