ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନାରେ ଓଲଟିଲା ଅଟୋ, ୧୨ରୁ ଅଧିକ ଗୁରୁତର

0 109

ରାୟଗଡା: ଅଟୋ ଡ୍ରାଇଭରର ବେପାରୁଆ ଗାଡି ଚାଳାନା ଯୋଗୁଁ ଓଲଟି ପଡିଲା ଅଟୋରିକ୍ସା । ଫଳରେ ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ରାୟଗଡା-କାଶିପୁର ରାସ୍ତାର ମୁଡୁଲୁଗୁଡା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ହୋଇଛି ସଡକ ଦୁର୍ଘଟଣା । ଆହାତ ସମସ୍ତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ତେବେ ଘଟଣାରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ ୫ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅଣ୍ଡିରାକଂଚ ଗ୍ରାମର ୨୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ କଲ୍ୟାଣସିଂହପୁର ବ୍ଳକ ସେରିଗୁମ୍ମା ପଂଚାୟତର ଲେକାପାଇ ଗ୍ରାମରେ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ । ବାହାଘର ଶେଷ ହେବା ପରେ ଏକ ଅଟୋ ଯୋଗେ ଗତକାଲି ସଂଧ୍ୟାରେ ଗାଁ ଲୋକେ ଅଣ୍ଡିରାକଂଚକୁ ଫେରୁଥିବା ବେଳେ ରାୟଗଡା-କାଶିପୁର ରାସ୍ତାର ମୁଡୁଲୁଗୁଡା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଉକ୍ତ ରାସ୍ତା ଦେଇ ଫେରୁଥିବା ଜଣେ ମାନବାଧିକାର ପରିଷଦର ସଭ୍ୟ ନିଶିକାନ୍ତ ବାଗ ଆହତ ଲୋକଙ୍କୁ ଖାଲି ଯାଉଥିବା ଏକ ଘରୋଇ ଆମ୍ବୁଲାନ୍ସ ଏବଂ ଅନ୍ୟ ଏକ ଅଟୋରିକ୍ସା ସାହାଯ୍ୟରେ ଘଟଣାସ୍ଥଳରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଜଣାପଡିଛି । ଘଟଣାରେ ୫ବର୍ଷରୁ ୧୨ବର୍ଷ ମଧ୍ୟରେ କିଛି ଶିଶୁ ମଧ୍ୟ ଆହତ ହୋଇଛନ୍ତି । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରିପୋର୍ଟ ପ୍ରକାରେ ଘଟଣାରେ ୧୧ଜଣ ଏଡମିଟ୍‌ ହୋଇ ଚିକିତ୍ସିତ ହେଉଥିବା ବେଳେ ଜଣେ ଓପିଡିରେ ଚିକିତ୍ସିତ ପରେ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଖାନା ପରିଚାଳକ ସୈାମ୍ୟରଂଜନ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × five =