ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

0 1,632

hiring

ବୌଦ୍ଧ ,୨୪/୩- ଆଜି ସକାଳେ ଜାତୀୟ ରାଜପଥ ନମ୍ବର 57ର ପୁରୁଣା କଟକ ନିକଟ ଦିଗସିରା ନିକଟରେ ଗୋଟିଏ ବାଇକ ଓ ମିନି ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁରୁଣା କଟକ ଥାନା କରଞ୍ଜକଟା ଗ୍ରାମ ପଞ୍ଚାୟତ ତିଲେଇ ମୁଣ୍ଡା ଗ୍ରାମର ରତ୍ନାକର ବିଶ୍ୱାଳ(38) ନିଜ ଘରୁ ବାଇକ ଯୋଗେ ନୂଆପଡ଼ା ଗ୍ରାମକୁ ଜଣେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ବୌଦ୍ଧ ପଟରୁ ଚାରିଛକ ଆଡକୁ ଯାଉଥିବା ଏକ ମିନି ଟ୍ରକ ଧକ୍କା ଦେଇ ଫେରାର ମାରିଥିଲା l ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

hiranchal ad1
Leave A Reply

Your email address will not be published.

11 − six =