ପଦାରେ ପଡିଲା ପୂର୍ତ୍ତ ବିଭାଗ କେଳେଙ୍କାରୀ : ରାତିରେ କାମ, ସକାଳୁ ଉଠିଲା ପିଚୁ

0 188

ଚଣ୍ଡିଖୋଲ: ବଡଚଣା ପୂର୍ତ ବିଭାଗ ସହକାରୀ ନିବାର୍ହୀଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୬ନଂ ଜାତୀୟ ରାଜପଥ ଠାରୁ ହାଇଲେବୁଲ କେନାଲ ପର୍ଯ୍ୟନ୍ତ ରାସ୍ତାକୁ ମରାମତି ପାଇଁ ବଡଚଣା-ଦର୍ପଣ ଲୁପ ବୋଲି ଦର୍ଶାଇ ଟେଣ୍ଡର କରାଯାଇଥିଲା । ରାସ୍ତ।।ର ଲମ୍ବ ପ୍ରାୟ ୯୫୦ମିଟର ହୋଇଥରଲା ବେଳେ ଏହାର ଆକଳନ ମୁଲ୍ୟ ୧୩ଲକ୍ଷ ୫୦ ହଜାର ରହିଅଛି । ୨୦୧୯-୨୦ ଆର୍ଥୀକ ବର୍ଷରେ ଟେଣ୍ଡର ମାଧ୍ୟମରେ ଏହି କାମକୁ ପ୍ରଥମ ବିଡର ଭାବେ ଠିକାଦାର ପ୍ରଭାତ ରଞ୍ଜନ ନାୟକଙ୍କୁ ୧.୫ ପ୍ରତିଶତ ଲେସ ଥିବାରୁ ଚୟନ କରାଯାଇଥିଲା । କିନ୍ତୁ ସେ ଶାସକ ଦଳର ହୋଇ ନଥରବାରୁ ଏହାକୁ ଚଂଚକତା କରାଯାଇ ଜନୈକ ସକ୍ଷମ ଲୋକ ଭିନ୍ନକ୍ଷମ ଲାଇସେନ୍ସ ପାଇଥିବା ଅମୀନ ଚରଣ ନାୟକଙ୍କୁ ୩ ପ୍ରତିଶତ ଲେସରେ ପୁନ ଚୟନ କରାଗଲା । ପ୍ରଭାତଙ୍କ କହିବା ମୁତାବକ ଏହି କାମର ପ୍ରଥମ ବିଡର ଭାବେ ମୋତେ ଚୟନ କରି ପରେ ଏହି କାମ କରିବାକୁ ବିଭାଗ ପକ୍ଷରୁ ମନା କରିବାରୁ ମୁ ବାଧ୍ୟ ହୋଇ ନ୍ୟାୟଳୟ ଆଶ୍ରୟ ନେଇଅଛି । ଯେହେତୁ ଏ କାମ ଉପରେ କେଶ ଚାଲୁଅଛି ଏଗ୍ରିମେଂଟ କରାନଯାଇ ତରବରିଆ ଭାବେ ଏଠାରେ କାମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସବୁ ପରେ ବି ଫେବୃୟାରୀ ମାସରେ ଟେଣ୍ଡର ଖୋଲାଯିବା ପରେ କାର୍ଯ୍ୟକୁ ନେଇ ବିବାଦ ଥାଇ ବି ଠିକାଦାର ଶ୍ରୀ ନାୟକ ଏପ୍ରିଲ ମାସରେ ଏହି କାମ ଆରମ୍ଭ କରିଥିଲେ । ଆକଳନ ମୁତାବକ ରାସ୍ତାର ଡବ୍ଳୁ.ବି.ଏମ.,୩ ଇଂଚି, ଡି.ବି.ଏମ ୩ ଇଂଚି ଓ ପିଚୁ ୧ ଇଂଚି କରାଯିବା ପାଇଁ ନିୟମ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଚ୍ଚିଦାନନ୍ଦ ଜେନା ପ୍ରକାଶ କରିଥିଲେ । ଗତକାଲି ମଙ୍ଗଳବାର ଚଣ୍ଡିଖୋଲରେ ପ୍ରବଳ ବର୍ଷା ହୋଇଥିଲା । ପୂର୍ବରୁ ନିମ୍ନମାନର ଡବ୍ଳୁ.ବି.ଏମ ଓ ଡି.ବି.ଏମ ହୋଇଥିବା ରାସ୍ତାରେ ଗାଡି ଚଳାଚଳ କରି ଖାଲଖମାରେ ବର୍ଷାପାଣି ଜହିଥିଲା । ରାସ୍ତାରୁ ବର୍ଷାପାଣିକୁ ନାମକୁ ମାତ୍ର ବାହାର କରି ବିଭାଗୀୟ କୌଣସି ଅଧିକାରୀ ଉପସ୍ଥିତ ନଥାଇ ତରବରିଆ ଭାବେ ଆକଳନ ଠାରୁ କମ ମୋଟାର ପିଚୁ କରାଯାଇଥିଲା । ସକାଳୁ ଦେଖିଲା ବେଳକୁ ଅନେକ ଯାଗାରେ ରାସ୍ତା ଉପରୁ ପିଚୁ ଗୁଡିକୁ ଖୋଳାପା ଭଳି ଛାଡି ଏଣେତେଣ ପଡିଛି । ଏ ସଂପର୍କରେ ଠିକାଦା ଶ୍ରୀ ନାୟକ କୁ ପଚାରିବାରୁ ସେ କହିଥିଲେ ସଂପୃକ୍ତ କାର୍ଯ୍ୟଟି ମୋ ନାମରେ ହୋଇଅଛି କାମ କିଏ କରୁଅଛି ମୁଁ ଜାଣି ନାହାଁ ବିଭାଗୀୟ ନିବର୍ହୀ ସହକାରୀ ଯନ୍ତ୍ରୀ ରୋହିତ କୁାମର ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଥିଲେ ଗତକାଲି ପ୍ରଳ ବର୍ଷା ହେଉଥିବାରୁ ଆମେ କାମ କରିବାକୁ ମନକାରିଥିôଲୁ । କିନ୍ତୁ ଯଦି କେହି ସେହି କାମ କରିଥାନ୍ତି ବିଭାଗ ପକ୍ଷରୁ ସେମାନଙ୍କ ପକ୍ଷରୁ ଏ ବାବଦରେ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ । ଅବଶିଷ୍ଟ ଥିବା ପ୍ରାୟ ୧୦୦ ମିଟର କାମକୁ ବୁଧବାର ସକାଳୁ ଆରମ୍ଭ ହୋଇଥିଲା । ସେହି ଅନୁସାରେ ପୂର୍ବରୁ ଥିବା ପିଚୁକୁ ଉପରି ଅଂଶ ରମ୍ପା ନିଯିବା ଓ ଖାଲ ଗୁଡିକରେ ପାଣି ଥିବା ସତ୍ୱେ କାମ ଚାଲିଥିବା ଦେଖିବାକୁ ମିଳିଥିଲା ।
ସରକାରଙ୍କ ପକ୍ଷରୁ ରାସ୍ତା ଗୁଡିକର ପୁନରୁଦ୍ଧାର କଲେ ବ୍ୟ୍ୟପକ ଅର୍ଥ ବରାଦ କରିଥିବା ବେଳେ ଠିକାଦାର, ଦଲାଲ ଓ ବିଭାଗୀୟ ଅଧିକାରୀଙ୍କ ମଦୁ ଚନ୍ଦ୍ରିକା କୋଟି କୋଟି ଟଙ୍କା ଆତ୍ମସାତ ହେଉଛି । ଏହି ବିଭାଗ ଅଧିନରେ ବଡଚଣାରେ ପୂର୍ବରୁ ଅନେକ କେଳେଙ୍କାରୀ ହୋଇଥିଲେ ବି କୋଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କିନ୍ତୁ ଏହି ରାସ୍ତା ଉପରେ ଦୈନିକ ଶହଶହ ଲୋକ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ସରକାରଙ୍କ ଅର୍ଥକୁ ଠିକାଦାର ସ୍ଥାନୀୟ ବାହୁବଳି ମାନେ ଆତ୍ମସାରତ କରିବା ଲକ୍ଷ ରଖିଥିବାରୁ ସାଧାରଣରେ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ଉଚ୍ଚସ୍ତରୀୟ ତଦନ୍ତ ପଇଁ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =