ମାସେ ମଧ୍ୟରେ ଚିକେନ୍ ବିକ୍ରେତାଙ୍କୁ ସ୍ଥାନ ଯୋଗାଇ ଦେବ ଏନଏସି

0 1,063

ବୌଦ୍ଧ,୧୩/୭ : ରାସ୍ତା ପାର୍ଶ୍ୱରେ ଚିକେନ୍ କାଟିବାକୁ ବୌଦ୍ଧ ଏନଏସି ବାରଣ କରିଥିଲା ଓ କିଛି ଦୋକାନୀମାନଙ୍କୁ ଜରିମାନା ମଧ୍ୟ କରିଥିଲା । ବୌଦ୍ଧ ସହରର ଚିକେନ୍ ବିକ୍ରେତାମାନେ ଗତକାଲି ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯିବା ଯାଏଁ ଚିକେନ୍ ଦୋକାନ ଖୋଲିବାକୁ ଅନୁମତି ଦେବାପାଇଁ ସେମାନେ ଅନୁରୋଧ କରିଛନ୍ତି । ସର୍ବସାଧାରଣଙ୍କ ଦୃଷ୍ଟିକୁ ନ ଆସିଲା ଭଳି ବ୍ୟବସ୍ଥା କରି ସେମାନେ ଚିକେନ୍ କାଟିବାକୁ ଜିଲ୍ଲାପାଳଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଚିକେନ୍ କଟାଳିମାନଙ୍କ ଅନୁରୋଧ ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡା ପ୍ରମୁଖ ବୌଦ୍ଧ ଟାଉନ୍ ହଲ୍ ସମ୍ମୁଖ ଜରିଖଣ୍ଡି ସଂଲଗ୍ନ ମାର୍କେଟ କଂପ୍ଲେକ୍ସକୁ ଚିକେନ୍ ମାର୍କେଟରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fifteen − 2 =