ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବପୀଢି

0 75

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିନ୍ଦାସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ସାରାବିଶ୍ୱ ଚିନ୍ତିତ ଥିବା ବେଳେ ଗ୍ରାମାଞ୍ଚଳ ଯୁବପିଢି ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ କ୍ଲବ ସଭାପତି ଦେବାନନ୍ଦ ପାତ୍ର ଯୋଗଦେଇ ପରିବେଷ ସୁରକ୍ଷା ପାଇଁ ଯୁବ ସମାଜ ସଜାଗ ରହିବା ଦରକାର ବୋଲି କହିଥିଲେ । ଏହି ବୃକ୍ଷରୋପଣ ଅଞ୍ଜିରା ପଞ୍ଚାୟତ ଗହ୍ମାରିଆ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଥିଲା । ଧର୍ମଶାଳା ବ୍ଲକ୍‌ର ବିଭିନ୍ନ ସ୍ଥାନକୁ ସବୁଜମୟ କରିବା ମୂଳ ଲକ୍ଷ୍ୟ ବୋଲି ସମ୍ପାଦକ ମାନସ କୁମାର ସ୍ୱାଇଁ କହିଛନ୍ତି । କ୍ଲବ ଅନ୍ୟ ସଦସ୍ୟମାନେ ଗଛ ଲଗାଇବା ଆସ ଭାଈମାନେ ଗଛ ଲଗାଇବା ଆସ ଆହ୍ୱାନ ଦେଇଥିଲେ ଏବଂ ଗଛ ହିଁ ଆମର ଅମୂଲ୍ୟ ସମ୍ପଦ ତା’ ବିନା ଘଟିବ ସର୍ବନାଶ। ଖାଇବାକୁ ଦାନା, ପିନ୍ଧିବାକୁ କନା ଆମକୁ ପ୍ରଦାନ କରୁଅଛି ଗଛ । ରହିବାକୁ ବାସ ଗୃହ କରିବାକୁ ଚାଷ ତା ଜୀବନ ଦେଇ ବଞ୍ଚାଉଛି ଆମକୁ । ବନ୍ୟା ଓ ବାତ୍ୟା, ମରୁଡି ଓ ଦୁର୍ଭିକ୍ଷ ବର୍ଷା ହୀନତା, ମାଟି କ୍ଷୟରୁ, ଗଛ ହିଁ ଆମକୁ ସୁରକ୍ଷା ଦେଉଛି ଯେତେକ ଦୁର୍ବିପାକ ଦାଉରୁ। ତେଣୁ ସମସ୍ତେ ଗଛ ଲଗାଇବା ଆସ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଳରାମ ରାଉଳ, ଦେବଦତ୍ତ ବେହେରା, ମାଗୁଣି ରାଉତ, ସୈାମ୍ୟରଞ୍ଜନ ବେହେରା, ସତ୍ୟଜିତ୍ ସାହୁ, ସତ୍ୟରଞ୍ଜନ ସାହୁ, କୁଳମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 4 =